ହାତୀ ଦଳକୁ ଉତ୍ତେଜିତ କରିବାରେ ବିରୋଧ କରିବାରୁ ଗଜମିତ୍ରଙ୍କୁ ଆକ୍ରମଣ
·1 year ago

Key Points
ଗଜମିତ୍ରଙ୍କୁ ଆକ୍ରମଣ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗ୍ରାମରେ ଗଜମିତ୍ରଙ୍କୁ ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ ସୂଚନା ମୁତାବକ ତୁଳସୀପାଳ ଗ୍ରାମର ଷଣ୍ଢପଥର ଅଞ୍ଚଳରେ ଦଳ ହାତୀ ରହିଥିଲେ। ଅଞ୍ଚଳରେ ହାତୀର ସୁରକ୍ଷା ପାଇଁ ଗଜମିତ୍ରମାନେ ଉପସ୍ଥିତ ଥିଲେ । ଗ୍ରାମର କିଛି ଯୁବକ ହାତୀ ନିକଟକୁ ଯାଇ ବିରକ୍ତ କରିବା ସହ ଟେକା ପଥର ସାହାଯ୍ୟରେ ଆକ୍ରମଣ କରୁଥିଲେ ।
ଗଜମିତ୍ରମାନେ ଏହି କାର୍ଯ୍ୟକୁ ବିରୋଧ କରିବାରୁ ଗ୍ରାମର ଧୂଲେଶ୍ବର ସେଠୀଙ୍କ ପୁଅ କୃଷ୍ଣ ସେଠୀ ଓ ପ୍ରଶ୍ନ ବେହେରାଙ୍କ ପୁଅ ପ୍ରବିଣ ବେହେରା ଝଗଡ଼ା କରିଥିଲେ । ଶେଷରେ ଦୁଇ ଯୁବକ ଉତକ୍ଷୀପ୍ତ ହୋଇ ଟେକା ପଥର ସାହାଯ୍ୟରେ ଗଜମିତ୍ରମାନଙ୍କୁ ଆକ୍ରମଣ କରି ଆହତ କରିଥିଲେ । ଏହା ବିଷୟରେ ବନ ଅଧିକାରୀ ସୂଚନା ପାଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: