Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁବୋଟା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିଥିବା ତନ୍ମୟ ମହାନ୍ତିଙ୍କ ଉପରେ ଆକ୍ରମଣ 

Smruti Parija
Browse all articles by Smruti Parija
·2 years ago
କୁବୋଟା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିଥିବା ତନ୍ମୟ ମହାନ୍ତିଙ୍କ ଉପରେ ଆକ୍ରମଣ 

ବାଲେଶ୍ୱର:  କୁବୋଟା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିଥିବା ତନ୍ମୟ ମହାନ୍ତିଙ୍କ ଉପରେ ଆକ୍ରମଣ । ରାଜନୈତିକ ଆକ୍ରୋଶ ରଖି ସୁଧାଂଶୁ ପରିଡା ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କୁବୋଟା କେଳେଙ୍କାରୀ ଅଭିଯୋଗରେ ସୁଧାଂଶୁ ପରିଡାଙ୍କ ନାଁରେ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ ତନ୍ମୟ । ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଏଥିରେ ଦୁର୍ନୀତିରେ ସୁଧାଂଶୁଙ୍କ ସଂପୃକ୍ତି ଥିବା ପ୍ରମାଣିତ ହୋଇଥିଲା । 

ପରେ ସୁଧାଂଶୁ ପରିଡାଙ୍କୁ ବିଜେଡି ଦଳରୁ ବହିଷ୍କାର କରିଥିଲା । ଯାହାକୁ ନେଇ ରାଜନୈତିକ ଶତ୍ରୁତା ରଖି ତନ୍ମୟଙ୍କ ଉପରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଆକ୍ରୋଶମୂଳକ ବାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସ୍ଥାନୀୟ କଣ୍ଟ୍ରାକ୍ଟର ପ୍ରଭାତ ବିଶ୍ଵାଳଙ୍କ ହାତ ଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ତାନ୍ମୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored