Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚୋରା ଚାଲାଣକୁ ବିରୋଧ କଲେ ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଚୋରା ଚାଲାଣକୁ ବିରୋଧ କଲେ ଆକ୍ରମଣ

Key Points

ମୟୂରଭଞ୍ଜରେ ବେଧଡକ ଚାଲିଛି ବାଲି ଚୋରାଲାଣ
ନିଲାମ ହୋଇନଥିବା ସୌରାତରୁ ବାଲି ଉଠାଉଛନ୍ତି ମାଫିଆ
ଚୋରା ଚାଲାଣକୁ ବିରୋଧ କଲେ ଆକ୍ରମଣ

ମେସିନ ଲାଗି ସୌରାତରୁ ଉଠୁଛି ବାଲି ।ଚୋରାରେ ଉତ୍ତୋଳନ ହେଉଛି ହଜାର ହଜାର ଟ୍ରିପ୍ ବାଲି ।କଳାସାମ୍ରାଜ୍ୟ ବିସ୍ତାର କରିଛି ବାଲିମାଫିଆଙ୍କ ରାକେଟ । ମୟୂରଭଞ୍ଜ ଜିଲ୍ଲାରେ ଥିବା ୬୦ରୁ ଉର୍ଦ୍ଧ୍ବ ବାଲି ସୈରାତର । ଏହା ନିଲାମ ହୋଇନାହିଁ । ଯାହାର ଫାଇଦା ଉଠାଉଛନ୍ତି ବାଲି ମାଫିଆ । ନଦୀଘାଟ ସଂଲଗ୍ନ ଗ୍ରାମଗୁଡିକରୁ ବାଲି ଚୋରାଚାଲାଣ ବୃଦ୍ଧି ପାଇଛି ।ବୁଢାବଳଙ୍ଗ , ସୋନ, ସୁବର୍ଣ୍ଣରେଖା , ଜମ୍ଭୀରା , ଖଡଖାଇ ଆଦି ପ୍ରମୁଖ ନଦୀ ସହ ଛୋଟବଡ ନାଳରୁ ବାଲି ଚୋରାରେ ଉତ୍ତୋଳନ ହେଉଛି ।
ପ୍ରତିରୋଧ କଲେ ଆକ୍ରମଣର ଶିକାର ହେବାକୁ ପଡୁଛି ।

ନିକଟରେ ଚୋରାବାଲି ଚାଲାଣକୁ ଅଟକକାଇବାକୁ ଯାଇ ଫେରୁଥିବା ବେଳେ କପ୍ତିପଦା ତହସିଲର ଅତିରିକ୍ତ ତହସିଲଦାରଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ। ଗାଡି ଭଙ୍ଗାରୁଜା ମଧ୍ୟ କରାଯାଇଥିଲା । ଏଙି ଘଟଣାରେ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ । ଡିପାଳ ଗ୍ରାମରେ ଚୋରା ବାଲି ଚାଲାଣ ହେଉଥିବା ବେଳେ ମାଡି ବସିଥିଲା ଖଣି ବିଭାଗ । ହଠାତ୍ ୪୦ ରୁ ଉର୍ଦ୍ଧ ବାଲି ମାଫିଆ ପହଞ୍ଚି ଖଣି ଅଧିକାରୀ ଙ୍କୁ ଠେଲାପେଲା କରି ଛଡ଼ାଇ ନେଲେ ଚୋରା ବାଲି ବୋଝେଇ ହାଇଓ୍ବା । ଗ୍ରାମବାସୀଙ୍କ ଦାବି ବାଲିମାଫିଆଙ୍କ ଉପରେ ହେଉ କଡା କାର୍ଯ୍ୟାନୁଷ୍ଠାନ ।

ବାଲି ସୈରାତରୁ ଉତ୍ତୋଳନର ଯେଉଁ ନିୟମ ରହିଛି ତାହା କଡାକଡି ପାଳନ ହେଉନଥିବାରୁ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ପରିବେଶବିତଙ୍କ କହିବା ହେଲା, ନିଲାମ, ବିଜ୍ଞାପନ ଓ ଏଆଇ କ୍ୟାମେରା ଦ୍ବାରା ଚୋରା ବାଲି ଚାଲାଣକୁ ରୋକି ହେବ । ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲେ ସାବାଡ ହେବେ ବାଲି ମାଫିଆ । ଅନ୍ୟପଟେ ଲଘୁଖଣିଜ ଦ୍ରବ୍ୟ ଚୋରାଚାଲଣ ସହ ମାଫିଆ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
attacks-against-smuggling | Argus News