Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଷ୍କର୍ମ ପୀଡିତା ଆଦିବାସୀ ନାବାଳିକାକୁ ଅପହରଣ ଉଦ୍ୟମ , ୬ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଦୁଷ୍କର୍ମ ପୀଡିତା ଆଦିବାସୀ ନାବାଳିକାକୁ ଅପହରଣ ଉଦ୍ୟମ , ୬ ଗିରଫ

ସମ୍ବଲପୁରରେ ଦୁଷ୍କର୍ମ ପୀଡିତା ଆଦିବାସୀ ନାବାଳିକାକୁ ଅପହରଣ ଉଦ୍ୟମ । ଅପହରଣ ଉଦ୍ୟମ କରିଥିବା 6 ଜଣଙ୍କୁ ଗିରଫ କରିଛି ଜୁଜୁମରା ପୋଲିସ୍‌ । ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରିବାକୁ ଯୋଜନା ଥିବା ସୂଚନା । ଏନେଇ ଅଭିଯୁକ୍ତ କିଛି ଯୁବକଙ୍କୁ ସୁପାରି ଦେଇଥିବା ଜାଣିବାକୁ ମିଳିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ନବ କିଶୋର ନାଏକ ବୋଲି ପୋଲିସ୍‌ର ସୂଚନା ।


2024ରେ ନବ ନାଏକ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ନବ ନାଏକ ଜୁଜୁମୁରା ପୋଲିସ ଦ୍ବାରା ଗିରଫ ହୋଇ ଜେଲ୍‌ ଯାଇଥିଲା । ଜେଲ୍‌ରୁ ମୁକୁଳିବା ପରେ ନାବାଳିକାକୁ ଅପହରଣ ପାଇଁ ସୁପାରି ଦେଇଥିଲା । ନାବାଳିକା ଜଣଙ୍କ ନବ ନାଏକ ଘରେ ସହାୟିକା ଭାବେ କାମ କରୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attempted kidnapping of rape victim tribal minor girl , 6 arrested | Argus News