ସୋନୁଙ୍କ ଶାନଦାର୍ ପ୍ରଦର୍ଶନ, ଝୁମିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା ଥିଲା ଖୁବ୍ ନିଆରା । ସନ୍ଧ୍ୟାରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କର ଶାନଦାର୍ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସୋନୁଙ୍କୁ ଦେଖିବକୁ ସମସ୍ତ ସିଟ୍ ଫୁଲ୍ ହେବା ସହ ଛିଡା ହୋଇ ମଧ୍ୟ ଦର୍ଶକ ତାଙ୍କୁ ଲାଇଭ ଦେଖିବାର ସୁଯୋଗ ମିସ୍ କରି ନଥିଲେ ।

୫୦ ରୁ ଉର୍ଦ୍ଧ୍ବ ଓଡ଼ିଆ ସଙ୍ଗୀତରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ । ସେ ଓଡ଼ିଆ ଗୀତ ଚାଲ୍ ବେଗି ବେଗି ଯିବା ସଜନୀ, ଗୁଣ୍ଡିଚା ଡାକୁଛି ଆ, ମୃଦଙ୍ଗ ବାଜିଲାରେ, ପୁଚୁକି ଗାଲି, ଗୋରୀ ଝୁମୁରୁ ଝୁମୁରୁ ତୋର ପାଦର ପାଉଁଜି ଆଦି ଗାଇଥିଲେ । ଏଥିସହ ହିନ୍ଦୀରେ ମଧ୍ୟ ଗୀତ ବୋଲିଥିଲେ । ଯାହା ଦର୍ଶକଙ୍କ ମନ କିଣିନେଇଥିଲା ।
📱 Get Argus News App
✨ଗୁଣ୍ଡିଚା ଡାକୁଛି ଆ ଗୀତ ଦର୍ଶକଙ୍କୁ ଖୁବ୍ ମତୁଆଲା କରିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । old is gold କହିବା ସହ ପୁରୁଣା ଗୀତକୁ ମନଭରି ଉପଭୋଗ କରିଥିଲେ ଯୁବପିଢି ।
.jpeg)
ସନ୍ଧ୍ୟାରେ ଅତିଥି ଭାବେ ଉତ୍ତରା ବିଧାୟକ ସୁଶାନ୍ତ ରାଉତ, ଟୁଇନ୍ ସିଟି କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ବଲୱନ୍ତ ସିଂ ଉପସ୍ଥିତି ଥିଲେ ।
ସନ୍ଧ୍ୟା ଆରମ୍ଭରେ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଓ ସଞ୍ଚିତା ପ୍ରିୟଦର୍ଶିନୀଙ୍କ ଗୀତକୁ ଶ୍ରୋତା ଉପଭୋଗ କରିଥିଲେ ।