Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -   ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

Odisha

  ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

Manini Pattanayak
Browse all articles by Manini Pattanayak
·1 year ago·2 min read
  ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

 ଭୁବନେଶ୍ୱର:  ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା।  ମୋହନ ସରକାର ପ୍ରଥମଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ରାଜ୍ୟ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ସହ ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଗରିବ ଶ୍ରେଣୀର ଲୋକ ବିନା ମୂଲ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ ।   ସେହିପରି BSKY ସ୍ଥାନରେ ଗୋପବନ୍ଧୁ ଯୋଜନା ଲାଗୁ  କରିବେ  ସରକାର। କୌଣସି ପରିସ୍ଥିତିରେ ବି ଲୋକଙ୍କ ସ୍ୱାସ୍ଥ୍ୟ ସହ ବୁଝାମଣା କରିବେନି ସରକାର।  କାରଣ ପ୍ରତି ବ୍ୟକ୍ତିଙ୍କର ଗୁରୁ ଦାୟିତ୍ୱ ନେଇଛନ୍ତି ମୋହନ ସରକାର। ଗୋବବନ୍ଦୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ  ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା ଉପଲବ୍ଧ ହେବ । ସେପଟେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ ହେବ ଏବଂ ମାଗଣାରେ ଚକ୍ଷୁ ଚିକିତ୍ସା ଯୋଗାଇବାକୁ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆରମ୍ଭ ହେବ ।

ସେହିପରି ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଆରମ୍ଭ  କରିବେ। ଏଥିପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ ହୋଇଛି । କଟକ ଏସ୍‌ସିବି ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି  ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ଅନ୍ୟ ପଟେ ଏବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ମଧ୍ୟ ରଖାଯାଇଛି ।  ୨୦୨୫ ରେ  ଫୁଲବାଣୀ ଓ ୨୦୨୬-୨୭ରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ  ମୋହନ ସରକାରଙ୍କ ଲକ୍ଷ୍ୟ ରହିଛି।  ୨୪ ବର୍ଷ ସରକାରରେ ଥାଇ ମଧ୍ୟ ବିଜେଡି ଯାହା କରିପାରିନଥିଲା  ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରି ବିଜେପି ସ୍ୱସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲିବକ ପରିବର୍ତ୍ତନ ଆଣିବାକୁ ପ୍ରତିଜ୍ଞା ବଦ୍ଧ .. ସୁସ୍ଥ ରହିବେ ଲୋକେ ଆଗେଇବ ଓଡ଼ିଶା।..
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Ausman Bharat Yojana will be implemented in Odisha. | Argus News