Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ଏମିତି ହୁଏ ରାମନବମୀ...

Smruti Parija
Browse all articles by Smruti Parija
·1 year ago·1 min read
ଶ୍ରୀମନ୍ଦିରରେ ଏମିତି ହୁଏ ରାମନବମୀ...

ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ଶ୍ରୀରାମଙ୍କୁ ଜନ୍ମଦେବାର ବିଧି ରହିଥାଏ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥିଲା । ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଛି । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିଛନ୍ତି ।


ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଥିଲା । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଇଥିଲା। ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟରେ ପୁରୀରେ ଶ୍ରୀରାମ ମନ୍ଦିରରେ ପବିତ୍ର ରାମ ନବମୀ ତିଥିରେ ଦେଖିବାକୁ ମିଳିଥିଲା ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ । ଆଜି ଠାରୁ ସାହିଯାତ୍ ପରମ୍ପରା ଅନୁଯାୟୀ ପ୍ରଥମ ଦିନରେ ହେବ ରାମଜନ୍ମ ନୀତି । ଶ୍ରୀକ୍ଷେତ୍ରର ୮ ସାହି ତରଫରୁ ରାମଜନ୍ମ ନୀତି ଠାରୁ ରାମାଭିଷେକ ନୀତି ପର୍ଯ୍ୟନ୍ତ ଦେଖିବାକୁ ମିଳିବ ବିଭିନ୍ନ ଚରିତ୍ରର ଲୀଳା ।

Sponsored
auspicious-ramnavami-celebrated-in-puri-temple | Argus News