Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରମିକ ନେଇ ଯାଇଥିବା ଅଟୋ ଓଲଟିଲା: ଜଣେ ମୃତ

Ritu Das
Browse all articles by Ritu Das
·1 year ago·1 min read
ଶ୍ରମିକ ନେଇ ଯାଇଥିବା ଅଟୋ ଓଲଟିଲା: ଜଣେ ମୃତ

Key Points

ଓଲଟିଲା ଶ୍ରମିକ ନେଇ ଯାଉଥିବା ଯାତ୍ରୀବାହି ଅଟୋ

ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର

ଅନ୍ୟ ୫ଜଣ ଯାତ୍ରୀ ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଢଉଗାଁ ଛକ ନିକଟରେ ଓଲଟିଲା ଶ୍ରମିକ ନେଇ ଯାଉଥିବା ଯାତ୍ରୀବାହି ଅଟୋ। ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ମୃତ ଶ୍ରମିକ ହେଲେ ଶ୍ରଦ୍ଧାପୁର ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ମାଲୁଣି ଦାସ। ଗ୍ରାମର ନଅ ଜଣ ଶ୍ରମିକ ଗୋଟିଏ ଯାତ୍ରବାହୀ ଅଟୋରେ ସୁନାମଇ ଗ୍ରାମକୁ କାର୍ଯ୍ୟରେ ଯିବା ସମୟରେ ଢଉଗାଁ ଛକ ନିକଟରେ ଅଟୋଟି ଓଲଟି ପଡିଥିଲା। ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମାଲୁଣିଙ୍କୁ ମୃତ ଘୋଷଣା କରିଥିଲେ l


ଅନ୍ୟ ୫ଜଣ ଯାତ୍ରୀ ଆହତ ହୋଇ ଆସିକା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର 3 ଯାତ୍ରୀଙ୍କୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ତେବେ ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
auto-carrying-laborer-overturns-one-dead | Argus News