ଅଟୋରେ ଯୁବତୀଙ୍କୁ ଅସଦାଚରଣ ମାମଲା , ମୁହଁ ଖୋଲିଲେ ଅଟୋ ଡ୍ରାଇଭର

Key Points
ଅଟୋଚାଳକ ମୁତାବକ ଜଣେ ଯୁବକ କଳ୍ପନା ଛକରୁ ଉଠିଥିଲେ । ୧୦୦ ମିଟର ଗଲାପରେ ଆଉ ଜଣେ ଯୁବତୀ ସେହି ଅଟୋରେ ବସିଥିଲେ । ବସିବାର କିଛି ସମୟ ମଧ୍ୟରେ ଯୁବକ ଜଣକଙ୍କ ହାତ ଯୁବତୀଙ୍କ ଦେହରେ ବାଜିଥିଲା ।
ଅଟୋରେ ଯୁବତୀଙ୍କୁ ଅସଦାରଣ ମାମଲା । ମୁହଁ ଖୋଲିଲେ ଅଟୋ ଡ୍ରାଇଭର । ଅର୍ଗସ ନ୍ୟୁଜକୁ ଦେଲେ EXCLUSIVE ପ୍ରତିକ୍ରିୟା । ଭୁବନେଶ୍ଵରରେ ଏକ ଚଳନ୍ତା ଅଟୋରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ଅଟୋଚାଳକ ମୁତାବକ ଜଣେ ଯୁବକ କଳ୍ପନା ଛକରୁ ଉଠିଥିଲେ । ୧୦୦ ମିଟର ଗଲାପରେ ଆଉ ଜଣେ ଯୁବତୀ ସେହି ଅଟୋରେ ବସିଥିଲେ । ବସିବାର କିଛି ସମୟ ମଧ୍ୟରେ ଯୁବକ ଜଣକଙ୍କ ହାତ ଯୁବତୀଙ୍କ ଦେହରେ ବାଜିଥିଲା । ଆଉ ସେ କହିବାରୁ ଯୁବକ ଜଣକ ଓଲଟା ଉତ୍ତର ଦେଇଥିଲେ, ହାତ ବାଜିଲା ତ କଣ ହେଇଗଲା । ଏହାପରେ ଯେତେବେଳେ ଅଟୋ ଚାଳକ ନିଜେ ଦେଖିଥିଲେ, ଯୁବକ ଜଣକ ହାତ ମେଲେଇ ବସିଛନ୍ତି, ସେତେବେଳେ ସେ ନିଜେ ଯୁବକ ଜଣଙ୍କୁ ଅଟୋରୁ ଓହ୍ଲାଇ ଯିବାପାଇଁ କହିଥିଲେ । ଆଉ ଅଟୋରୁ ଓହ୍ଲାଇବା ପରେ ଯୁବକ ଜଣକ ଅତ୍ୟନ୍ତ ଖରାପ ଭାଷା କହି ଯୁବତୀଙ୍କୁ ଗାଳି ଗୁଲଜ କରିଥିଲେ । ପୁଣି ଜୋର ଜବରଦସ୍ତି ତଳେ ପକାଇ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ତଳେ ପକେଇ ଗୋଇଠା ବିଧା ମାରିଥିଲେ ଯୁବକ । ଆଉ ସେଠାରେ କୌଣସି ବ୍ୟକ୍ତି ସାହାଯ୍ୟ କରିବାକୁ ଆସିନଥିଲେ । ଅଟୋ ସାଇଡରେ ରଖି ଅଟୋଚାଳକ ଆସିବା ଭିତରେ ଅଭଦ୍ର ଯୁବକ ଜଣକ ହୋଟେଲ ଉତ୍କଳ ଇନ୍ ଭିତରକୁ ଚାଲି ଯାଇଥିଲେ ।
ଏପଟେ ଅଟୋଚାଳକ ଜଣକ ପିସିଆରକୁ ଫୋନ କରିବା ଭିତରେ ସେହି ଯୁବକ ପୁଣିଥରେ ସେହି ହୋଟେଲ ଭିତରୁ ଆସି ଖରାପ ଭାଷାରେ ଯୁବତୀଙ୍କୁ ଗାଳିଗୁଲଜ କରି ସେଠାରୁ ଚାଲି ଯାଇଥିଲେ । ତେବେ ଏହି ଯୁବକଙ୍କ ସିସିଟିଭି ଫୁଟେଜ ହୋଟେଲ ନିକଟରୁ ଦେଖିବାକୁ ମିଳିଛି । ଏନେଇ ଯୁବତୀ ଜଣକ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଯାଞ୍ଚ୍ କରି ପୋଲିସ କରୁଛି ତଦନ୍ତ ।