Road Accident / ଅଟୋ ଓ ବସ୍ ମୁହାଁମୁହିଁ ଧକ୍କା: ୩ ଗୁରୁତର ଆହତ
·56 mins ago·1 min read

Key Points
ଅଟୋ ଓ ବସ୍ ମୁହାଁମୁହିଁ ଧକ୍କା
ଅଟୋ ଡ୍ରାଇଭର ଗୁରୁତର
ଭୋଗରାଇ ୫୭ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା
ଅଟୋ ଡ୍ରାଇଭର ଗୁରୁତର
ଭୋଗରାଇ ୫୭ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା
ଅଟୋ ଓ ବସ୍ ମୁହାଁମୁହିଁ ଧକ୍କା, ଅଟୋ ଡ୍ରାଇଭର ଗୁରୁତର l ଭୋଗରାଇ ୫୭ ନମ୍ବର ରାଜ୍ୟ ରାଜପଥର କଚୁଆଡି ଛକ ନିକଟରେ ଅଟୋ ଓ ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଚନ୍ଦନେଶ୍ୱର ଆଡ଼ୁ ଆସୁଥିବା ରଘୁନାଥ ବସ୍ ସହ ଅଟୋର ହୋଇଛି ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଧକ୍କା ପରେ ଅଟୋ ଭିତରେ ଚାପି ହୋଇ ରହିଥିଲେ ଡ୍ରାଇଭର। ଅଗ୍ନିଶମ ବିଭାଗ ପହଂଚି କଟର କାଟି ଅଟୋ ଭିତରୁ ଡ୍ରାଇଭରକୁ ବାହାର କରିଥିଲେ l''
ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ଘଟଣାସ୍ଥଳରେ କମର୍ଦ୍ଦା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଦୁର୍ଘଟଣା ପରେ ରଘୁନାଥ ବସ୍କୁ କମର୍ଦ୍ଦା ଥାନାରେ ଅଟକ ରଖାଯାଇଛି। ବସରେ ଥିବା ୨ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି l ଦିନକୁ ଦିନ ଦୁର୍ଘଟଣା ନେଉଛି ଜୀବନ। ଅନେକ ଲୋକ ଆହତ ମଧ୍ୟ ହେଉଛନ୍ତି। ସଡ଼କ ଦୁର୍ଘଟଣା ବ୍ୟାପକ ମାତ୍ରାରେ ବଢ଼ି ଚାଲିଛି। କେବଳ ରାଜ୍ୟରେ ନୁହେଁ, ଦେଶରେ ମଧ୍ୟ ସମାନ ଘଟଣା ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି।
ସେପଟେ ଆହତଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ସେମାନେ ଶୀଘ୍ର ଆସି ହସ୍ପିଟାଲରେ ପହଞ୍ଚନ୍ତୁ, ଏହାସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଡ଼କ ଦୁର୍ଘଟଣା ଅନେକଙ୍କ ପରିବାର ଉଜାଡି ଦେଉଛି। କେହି କେହି ତ ମଦ ପିଇ ଗାଡ଼ି ଚଲାଉଛନ୍ତି, ଯାହା ଦ୍ୱାରା ନିଜେ ତ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି, ଏହାସହ ଅନ୍ୟମାନଙ୍କ ପରିବାର ଭାଙ୍ଗି ଦେଉଛନ୍ତି।''
ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories