Ayurveda Meet / ଆୟୁର୍ବେଦ ଓ ଆଧୁନିକ ଔଷଧର ମିଶ୍ରଣରେ ରୋଗ ନିରାକରଣ ଉପରେ ଚର୍ଚ୍ଚା
·8 months ago·1 min read

Key Points
ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ୨ ଦିନିଆ କର୍ମଶାଳା
ଯକୃତ ସୁରକ୍ଷା, ଜୀବନ ସୁରକ୍ଷା ଉପରେ ଆଲୋଚନା
କର୍ମଶାଳାରେ ସାମିଲ ହେଲେ ଜାତୀୟସ୍ତରୀୟ ରିସର୍ଚ୍ଚର

ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଛି ୨ ଦିନିଆ କର୍ମଶାଳା। ଯକୃତ ସୁରକ୍ଷା, ଜୀବନ ସୁରକ୍ଷା ଉପରେ ହୋଇଥିବା କର୍ମଶାଳାରେ ସାମିଲ ହେଲେ ଜାତୀୟସ୍ତରୀୟ ରିସର୍ଚ୍ଚର। ୫୦୦୦ ବର୍ଷର ଜ୍ଞାନ ଓ ଆୟୁର୍ବେଦ ଚେରମୂଳି ଓ ଆଧୁନିକ ଔଷଧର ମିଶ୍ରଣରେ କିଭଳି ଲୋକେ ସୁସ୍ଥ ହେବେ ସେ ଉପରେ ହୋଇଥିଲା ଆଲୋଚନା।
କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା କେନ୍ଦ୍ର ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ୨ ଦିନିଆ ଜାତୀୟ କର୍ମଶାଳା। ଯେଉଁଥିରେ ୫୦୦୦ ବର୍ଷ ତଳର ଆୟୁର୍ବେଦ ଓ ପୁରୁଣା ଜ୍ଞାନ ବ୍ୟବହାର କରି କିପରି ଲୋକଙ୍କୁ ମେଡ଼ିସିନ୍ ଦିଆଯାଇପାରିବ ସେ ଉପରେ ଅଲୋଚନା କରିଥିଲେ ଅନେକ ଡାକ୍ତର। ଉଭୟ ଆୟୁର୍ବେଦ ଓ ଏବେକାର ଏଲୋପାଥି ମେଡ଼ିସିନର ସମିଶ୍ରଣରେ ନୂଆ ଜ୍ଞାନ କୌଶଳ ବ୍ୟବହାରରେ ଏକ ନୂଆ ଦିଗ ବାହାରିବ ସେ ନେଇ ଅନେକ ରିସର୍ଚ୍ଚର ଓ ଡାକ୍ତରମାନେ ମତାମତ ଦେଇଥିଲେ।
ବ୍ୟସ୍ତବହୁଳ ଜୀବନରେ ମଣିଷ ଯେତିକି ଅଳସୁଆ ହୋଇଛି ତାଠୁ ଅଧିକ ସ୍ୱାସ୍ଥ୍ୟ ଅନୁପଯୋଗୀ ଖାଦ୍ୟପେୟ ଓ ଜୀବନଶୈଳୀ ଅନୁସରଣ କରୁଛି। ଫଳରେ ଅନେକ ରୋଗ ହେଉଛ। ନୂଆ କୌଶଳ ଉପଲବ୍ଧ ଥିବା ବେଳେ ପୁରୁଣା ଜ୍ଞାନକୁ ମାଧ୍ୟମ କରି ତାହା ଉପରେ ରିସର୍ଚ୍ଚ ହେବା ଆବଶ୍ୟକ। ଆସନ୍ତାକାଲି ମଧ୍ୟ ଏହି କର୍ମଶାଳାରେ ଅନେକ ପ୍ରୋଫେସର, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସମେତ ବେଙ୍ଗାଲୁରୁ, ଦିଲ୍ଲୀ, ବାରଣାସୀ, ନାଗପୁର ଭଳି ସ୍ଥାନରୁ ଆସିଥିବା ବ୍ୟକ୍ତି ବିଶେଷ ନିଜର ରିସର୍ଚ୍ଚ ଉପରେ ଆଲୋଚନା କରିବେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories