Videos
|
Odisha

ଏପ୍ରିଲ 11ରୁ ବିଧିବଦ୍ଦ ଭାବେ ଓଡ଼ିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏପ୍ରିଲ 11ରୁ ବିଧିବଦ୍ଦ ଭାବେ ଓଡ଼ିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ

Key Points

ଆୟୁଷ୍ମାନ ଯୋଜନାରେ ସବୁଠାରୁ ଅଧିକ ଲାଭାନ୍ବିତ ହେଉଛି ଓଡ଼ିଶା
ତିନି ମାସରେ ଆୟୁଷ୍ମାନରୁ ଲାଭ ପାଇଲେଣି ରାଜ୍ୟର ଅଢେଇଲ ଲକ୍ଷରୁ ଅଧିକ ଲୋକ 

ଆୟୁଷ୍ମାନ ଯୋଜନା ସହ ଯୋଡି ହେଲେଣି 3 କୋଟି 44 ଲକ୍ଷ ଲୋକ
ହିତାଧିକାରୀଙ୍କ ସଂଖ୍ୟାରେ ପୁରା ଦେଶରେ ଓଡିଶା 2 ନମ୍ବରରେ

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଲୋକସଭା ରେ ରଖିଥିବା ଏହି ତଥ୍ୟ ଉପରେ । ତଥ୍ୟ କହୁଛି ଆୟୁଷ୍ମାନ ଯୋଜନା ଅଧିନରେ ତିନି ମାସରେ ଓଡ଼ିଶାର ଅଢେ଼ଇ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିଲାଣି ଚିକିତ୍ସା ସୁବିଧା । ଅର୍ଥାତ ଏପ୍ରିଲ ୧୧ ରୁ ଜୁନ ୩୦ ତାରିଖ ମଧ୍ୟରେ ରାଜ୍ୟର ୨ ଲକ୍ଷ ୬୨ ହଜାର ୯୧ ଜଣ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ସୁବିଧା ମିଳିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩ କୋଟି ୪୪ ଲକ୍ଷ ୭୨ ହଜାର ୨୩୭ ଜଣ ଲୋକ ଆୟୁଷ୍ମାନ ସହ ଯୋଡ଼ି ହୋଇଥିବା କୁହାଯାଇଛି । ଯାହାକି ଦେଶରେ ଦ୍ୱିତୀୟ ସର୍ବାଧିକ ହିତାଧିକାରୀଙ୍କ ସଂଖ୍ୟା ।


ଏହି ଯୋଜନାରେ ଉତ୍ତର ପ୍ରଦେଶରେ ସର୍ବାଧିକ ୪ କୋଟି ୩୩ ଲକ୍ଷ ୪୪ ହଜାର ୬୮୮ ଜଣ ସାମିଲ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ତୃତୀୟରେ ରହିଛି ବିହାର । ଲୋକସଭାରେ ଏହି ତଥ୍ୟ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ତିନି ମାସରେ ଅଢେ଼ଇ ଲକ୍ଷ ରୁ ଅଧିକ ଲୋକ ଚିକିତ୍ସା ସୁବିଧା ପାଇବା ଦର୍ଶାଉଛି ଯୋଜନାର ସଫଳତା । ଆୟୁଷ୍ମାନ ଯୋଜନାରେ ଚିକିତ୍ସା ସୁବିଧା ପାଇଥିବା ବୋରିଗୁମ୍ମା ର ମୋନାଜ ଗନ୍ତାୟତଙ୍କ କହିବା କଥା ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଲାଭ ପାଇ ପାରୁ ନଥିଲି । କିନ୍ତୁ ଅୟୁଷ୍ମାନ ଭାରତ ଯୋଜନା ରେ ସ୍ୱାସ୍ଥ୍ୟ ସେବାର ଲାଭ ପାଇ ପାରୁଛି। ସେପଟେ କିନ୍ତୁ ବିଜେଡି କହିଛି ଆୟୁଷ୍ନାନ ରେ ସେବା କମ ପ୍ରଚାର ବେଶି। ୨୦୧୮ ମସିହାରେ ଦେଶରେ ଲାଗୁ ହୋଇଥିଲା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ସେବେ ରାଜ୍ୟର ବିଜେଡି ସରକାର ନିଜର ରାଜନୈତିକ ନ୍ୟସ୍ତ ସ୍ୱାର୍ଥ ପାଇଁ ୬ ବର୍ଷ ଧରି ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କରାଇ ଦେଉନଥିବା ଅଭିଯୋଗ କରିଥିଲା ବିଜେପି । ଯେଉଁଥି ପାଇଁ ପ୍ରାୟ ୨୬୦୦ କୋଟିର କେନ୍ଦ୍ରୀୟ ଅନୁଦାନ ହରାଇଥିଲା ଓଡ଼ିଶା । ଆଉ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରତିଶ୍ରୁତି ମୁତାବକ ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଲାଗୁ ହୋଇଥିଲା ଆୟୁଷ୍ମାନ ଭାରତ ଯୋଜନା, ଯାହା କି ଓଡ଼ିଶାକୁ ଅଧିକ ଲାଭବାନ କରିଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: