Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଫେବୃଆରୀରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ

Odisha

ଫେବୃଆରୀରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଫେବୃଆରୀରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ

ଅର୍ଗସ ବ୍ୟୁରୋ: ଓଡି଼ଶାରେ ଲାଗୁହେବ ଆୟୁଷ୍ମାନ ଯୋଜନା । ଓଡିଶା ସରକାର ଓ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ମଧ୍ୟରେ ସ୍ବାକ୍ଷରିତ ହେବ ଏମଓୟୁ । ଜାନୁଆରୀ ୧୩ରେ ଏହି ଏମଓୟୁ ସ୍ବାକ୍ଷରିତ ହେବ । ଓଡିଶାରେ ଲାଗୁହେବ ଆୟୁଷ୍ମାନ ଯୋଜନା । ଏଥିପାଇଁ ସ୍ବାକ୍ଷରିତ ହେବ ଏମଓୟୁ । ଓଡିଶା ସରକାର ଓ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହେବ । ଜାନୁଆରୀ ୧୩ରେ ଏହି ଏମଓୟୁ ସ୍ବାକ୍ଷରିତ ହେବ ଏମଓୟୁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏମଓୟୁ ସ୍ବାକ୍ଷର ବେଳେ ଉପସ୍ଥିତ ରହିବେ ।


କ୍ୟାବିନେଟ ପାରିତ ଓ ଏମଓୟୁ ସ୍ୱାକ୍ଷର ପରେ ଏହା ଲାଗୁ କରାଯିବ। ଏହାପରେ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯିବ। ଯୋଜନା ଅନୁସାରେ ଫେବୃଆରୀରେ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟସେବା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ଦିଆଯିବ ନୂଆ କାର୍ଡ । ପୁରୁଣା କାର୍ଡର ପରିବର୍ତନ ହେବ ଲୋଗୋ । ଏକ କୋଟି ପରିବାର ଏବଂ ସାଢେ ତିନି କୋଟି ଲୋକ ଏହାର ଲାଭ ପାଇବେ । ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ରହିବ । ମିଳିଥିବା ସୂଚନା ଅନୁସାରେ, ୬୭ ଲକ୍ଷ ପରିବାରକୁ ରାଜ୍ୟ ତାର ନିଜସ୍ୱ ପାଣ୍ଠିରୁ ଓ ୩୩ ଲକ୍ଷ ପରିବାରର ବୀମା ଟଙ୍କା କେନ୍ଦ୍ର ସରକାର ବହନ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Argus Whatsapp Channel Mobile Top
Sponsored
ayushman-bharat-scheme-to-be-implemented-in-february | Argus News