Videos
|
Odisha

ଆଜିଠୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜିଠୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ବହୁ ପ୍ରତୀକ୍ଷାର ହେବ ଅନ୍ତ । ଆଜିଠୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ସିଲଭରସିଟି କଟକରୁ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ହେବ ଲାଗୁ । ରାଜ୍ୟର ୧୪୦୫ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଗୋଟିଏ ସମୟରେ କାର୍ଯ୍ୟକ୍ରମ ହେବ। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଦେଶର ପ୍ରାୟ ୨୯ ହଜାର ମେଡିକାଲରେ କାମ ଦେବ ଏହି ସ୍ଵାସ୍ଥ୍ୟ କାର୍ଡ। ଆସନ୍ତା ୩ ମାସ ଭିତରେ ସମସ୍ତଙ୍କ ପାଖରେ ପହଞ୍ଚିବ କାର୍ଡ। 


କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ 34ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ହସପିଟାଲରେ ଯୋଗ୍ୟ ହିତାଧିକାରୀ ପାଇବେ ଯୋଜନାର ଲାଭ। ଯୋଜନା ଅଧିନରେ ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାର ହେବେ ଯୋଜନାରେ ସାମିଲ୍। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା। ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ। ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳା ହିତାଧିକାରୀଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ଦେବେ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ୭୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ମାନେ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ମାଧ୍ୟମରେ ଉପକୃତ ହେବେ। ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ୧୫ ଲକ୍ଷ ଟଙ୍କା ମିଳିବ। ୭୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ଲୋକ ମାନଙ୍କୁ ଦିଆଯିବ ସ୍ଵତନ୍ତ୍ର କାର୍ଡ । ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆ ବି ପାଇବେ କାର୍ଡ ମାଧ୍ୟମରେ ମାଗଣା ସ୍ବାସ୍ଥ୍ୟ ସେବା

ayushman-bharat-scheme-to-be-implemented-in-the-state-from-today | Argus News