Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ, ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

Odisha

ଆଜିଠୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ, ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆଜିଠୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ, ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କଟକ: ବହୁ ପ୍ରତୀକ୍ଷାର ହେବ ଅନ୍ତ । ଆଜି ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ସିଲଭରସିଟି କଟକରୁ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ଲାଗୁ ହେବ ।


ରାଜ୍ୟର ୧୪୦୫ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଗୋଟିଏ ସମୟରେ କାର୍ଯ୍ୟକ୍ରମ ହେବ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦେଶର ପ୍ରାୟ ୨୯ ହଜାର ମେଡିକାଲରେ କାମ ଦେବ ଏହି ସ୍ଵାସ୍ଥ୍ୟ କାର୍ଡ । ଆସନ୍ତା ୩ ମାସ ଭିତରେ ସମସ୍ତଙ୍କ ପାଖରେ ପହଞ୍ଚିବ କାର୍ଡ । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ହସ୍ପିଟାଲରେ ଯୋଗ୍ୟ ହିତାଧିକାରୀ ପାଇବେ ଯୋଜନାର ଲାଭ ।


ଯୋଜନା ଅଧିନରେ ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାର ହେବେ ଯୋଜନାରେ ସାମିଲ୍ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳା ହିତାଧିକାରୀଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ଦେବେ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ୭୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ମାନେ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ମାଧ୍ୟମରେ ଉପକୃତ ହେବେ । ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ୧୫ ଲକ୍ଷ ଟଙ୍କା ମିଳିବ । ୭୦ ବର୍ଷ ବୟସରୁ ଊର୍ଦ୍ଧ୍ଵ ଲୋକ ମାନଙ୍କୁ ଦିଆଯିବ ସ୍ଵତନ୍ତ୍ର କାର୍ଡ । ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆ ବି ପାଇବେ କାର୍ଡ ମାଧ୍ୟମରେ ମାଗଣା ସ୍ଵାସ୍ଥ୍ୟ ସେବା ।


କଟକ ବାଲିଯାତ୍ରା ପଡ଼ିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିବେ । କେବଳ ଓଡ଼ିଶା ନୁହେଁ ଦିଲ୍ଲୀ ପାଇଁ ମଧ୍ୟ ଏହି ଯୋଜନା ଘୋଷଣା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।


ଏହି ବିଶାଳ କାର୍ଯ୍ୟକ୍ରମରେ ୨୫ ହଜାର ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ଯେପରି କୌଣସି ତ୍ରୁଟି ନହୁଏ ସେ ଦିଗରେ ଯତ୍ନବାନ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଅନ୍ୟପଟେ କମିଶନରେଟ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ଫୋର୍ସ କୁ ନେଇ ବ୍ରିଫିଂ କରାଯାଇଛି। କଟକକୁ ସମସ୍ତ ପ୍ରବେଶ ପଥରେ ଜୋରଦାର ଚେକିଂ, ଟ୍ରାଫିକ ନିୟନ୍ତ୍ରଣ, ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ଖିଲାପ ହେବନି ବୋଲି କହିଛନ୍ତି ପୋଲିସ କମିଶନର ।

Raja Festival
Sponsored
Ayushman Bharat To Be Implemented In Odisha From Today | Argus News