Videos
|
Odisha

ଦେଶର ୨୯ ହଜାର ହସ୍ପିଟାଲ୍‌ରେ ଆୟୁଷ୍ମାନ କାର୍ଡରେ ମିଳିବ ମାଗଣା ଚିକିତ୍ସା, ବୁଲିବ ସଚେତନତା ରଥ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଦେଶର ୨୯ ହଜାର ହସ୍ପିଟାଲ୍‌ରେ ଆୟୁଷ୍ମାନ କାର୍ଡରେ ମିଳିବ ମାଗଣା ଚିକିତ୍ସା, ବୁଲିବ ସଚେତନତା ରଥ

ଭୁବନେଶ୍ଵର: ଆସନ୍ତା ୧୧ରୁ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ୩ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଆୟୁଷ୍ମାନ ଭାରତ ନେଇ ଲୋକଙ୍କୁ ସଚେତନ କରାଯିବ । ଏଥିପାଇଁ ୭ ଦିନ ବୁଲିବ ସଚେତନତା ରଥ । ୨ ମାସ ମଧ୍ୟରେ ନୂଆ କାର୍ଡ ସମସ୍ତଙ୍କ ପାଖରେ ପହଞ୍ଚିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।


୧୧ ତାରିଖରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କଟକ ବାଲିଯାତ୍ରା ପଡ଼ିଆରେ ହେବ । ଏଥିରେ ରାଜ୍ୟର ୧.୩ ଲକ୍ଷ ପରିବାକୁ ସାମିଲ୍ କରାଯିବ । ୭ ରୁ ଅଧିକ ବୟସ୍କ ଲୋକଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ବି କାର୍ଡ ମିଳିବ । ଘରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ କାର୍ଡ । ରାଜ୍ୟର ୩ କୋଟି ୫୦ ଲକ୍ଷ କାର୍ଡ ପାଇବେ ।


ଏହି କାର୍ଡ ଦେଶର ୨୯ ହଜାର ମେଡିକାଲ୍‌ରେ କାମ ଦେବ । କେବଳ ପଶ୍ଚିମବଙ୍ଗକୁ ଛାଡି ଅନ୍ୟ ସବୁ ରାଜ୍ୟରେ କାମ କରିବ । ଏବେ ୧୪୦୫ ପିଏଚ୍‌ସିରେ କାର୍ଡ ବଣ୍ଟନ କରାଯିବ । ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନି ଆରୋଗ୍ୟ ଯୋଜନା (ଏ.ବି.ପିଏମ୍.ଜେଏ.ୱାଇ-ଜି.ଜେଏ.ୱାଇ) ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା (ଏ.ଭି.ଭି.ୱାଇ)ରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ ।


ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା । ଏବେ ମିଳିତ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀମାନଙ୍କୁ ସାରା ଦେଶରେ ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ayushman Card To Be Implemented In Odisha From April 11 | Argus News