ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପଡ଼ିଲା ଭିତ୍ତି

ଦୀର୍ଘ ପ୍ରତୀକ୍ଷାର ହେଲା ଅନ୍ତ
ଓଡିଶାରେ ଲାଗିଲା ଆୟୁଷ୍ନାନ ଭାରତ
ମହିଳାଙ୍କୁ 10 ଲକ୍ଷ, ପୁରୁଷଙ୍କୁ 5 ଲକ୍ଷ
70 ବର୍ଷ ରୁ ଉର୍ଦ୍ଦ ଧନୀ ଗରିବ ସମସ୍ତେ ସାମିଲ
ଅର୍ଗସ ବ୍ୟୁରୋ : ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗେଇବ ଓଡ଼ିଶା । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପଡ଼ିଲା ଭିତ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେଲା ଚୁକ୍ତି । ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ସହ ମିଶି ଓଡ଼ିଶାରେ ହେବ କାର୍ଯ୍ୟକାରୀ । ଆସନ୍ତା ଫେବ୍ରୁଆରୀରୁ ଦୁଇ ଯୋଜନାରୁ ଲାଭ ପାଇପାରିବେ ହିତାଧୀକାରୀ । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳା ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ହେଲଥ ଇନସ୍ୟୁରାନ୍ସ । ୭୦ବର୍ଷରୁ ଅଧିକ ସବୁ ବରିଷ୍ଠ ନାଗରିକ ବି ପାଇବେ ଆୟୁଷ୍ମାନ ଭାରତର ଆସ୍ୟୁରାନ୍ସ ।
ବହୁ ଦାବି ସତ୍ତ୍ବେ ନବୀନ ସରକାର ଓଡ଼ିଶାରେ ଆୟୁଷ୍ମାନର ରୋକିଥିଲେ ବାଟ । ମୋଦିଙ୍କୁ ଶ୍ରେୟ ଚାଲିଯିବା ଡରରେ ରାଜ୍ୟବାସୀଙ୍କୁ ଯୋଜନାରୁ କରିଥିଲେ ବଞ୍ଚିତ । ଆଜି ଏମଓୟୁ ଅବସରରେ ପୂର୍ବ ସରକାରର ରାଜନୈତିକ ଉଦ୍ଦେଶ୍ୟ ଓ ହୀନ ମନ୍ୟତା କଥା କହି ନିଶାନା କରିଥିଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଙ୍କ ସମେତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ , ରେଳମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ବି ଥିଲେ ଉପସ୍ଥିତ । ରାଜ୍ୟର ପ୍ରାୟ ୧ କୋଟି ପରିବାର ଏହା ଦ୍ବାରା ହେବେ ଉପକୃତ। ଅର୍ଥାତ ପ୍ରାୟ ସାଢେ ୩ କୋଟି ହିତାଧିକାରୀଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟବୀମା । ଏହି ଯୋଜନା ଦ୍ବାରା ସବୁଠୁ ବେଶୀ ଉପକୃତ ହୋଇପାରିବେ ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଓଡ଼ିଆ। ଦେଶର 29 ହଜାରରୁ ଅଧିକ ହସ୍ପିଟାଲରେ ହିତାଧିକାରୀଙ୍କୁ ମିଳିପାରିବ କ୍ୟାସଲେସ୍ ଚିକିତ୍ସା ।
୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିଲେ ମୋଦି ସରକାର। କିନ୍ତୁ କାଳେ ଶ୍ରେୟ ମୋଦିଙ୍କୁ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହାକୁ ଲାଗୁକରିବାକୁ ଦେଇନଥିଲେ ନବୀନ ସରକାର। ଏପରିକି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନଙ୍କର ବାରମ୍ବାର ଅପିଲ ସତ୍ତ୍ବେ ରାଜ୍ୟବାସୀଙ୍କୁ ଆୟୁଷ୍ମନ ଭାରତ ଯୋଜନାରୁ ବଞ୍ଚିତ ରଖିଥିଲେ ନବୀନ ପଟ୍ଟନାୟକ। ଏବେ ପ୍ରତି ପଞ୍ଚାୟତରେ ହେବ ହେବ ଆୟୁଷ୍ଣାନ ଆରୋଗ୍ୟ ମନ୍ଦିର ଯୋଗ ଶିକ୍ଷକ ସହ ଏଠି ମଧ୍ୟ ମିଳିବ ଚିକିତ୍ସା ସୁବିଧା ।