ପ୍ରଧାନମନ୍ତ୍ରୀଙ୍କ ହାତରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଵୟୋଵନ୍ଦନ ଯୋଜନା

Key Points
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର
ଅପରେସନ ସିନ୍ଦୂର ପରେ ପ୍ରଥମ ଗସ୍ତ ଦୃଷ୍ଟିରୁ ପିଏମଙ୍କୁ ଦିଆଯିବ ସମ୍ବର୍ଦ୍ଦିନା
ପ୍ରଧାନମନ୍ତ୍ରୀଙ୍କ ହାତରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଵୟୋଵନ୍ଦନ ଯୋଜନା
ବୈଦ୍ଧକୁ ପ୍ରଥମ ଟ୍ରେନ ଚଳାଚଳର ଶୁଭାରମ୍ଭ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ
ରୋଡ ଶୋରେ ପିଏମଙ୍କ ସହ ମୁଖ୍ୟମନ୍ତ୍ରୀ ବି ହେବେ ସାମିଲ
ଓଡ଼ିଶାରେ ଡବଲଇଞ୍ଜିନ ସରକାରର ବର୍ଷ ପୂର୍ତ୍ତି ସମାରୋହରେ ସାମିଲ ହେବା ପାଇଁ ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି। ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏଥିସହ ଆୟୂଷ୍ମାନ ବୟୋବନ୍ଦନ ଯୋଜନାର ବି ଓଡ଼ିଶାରେ ଶୁଭାରମ୍ଭ କରିବେ ମୋଦି।୫ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଆୟୂଷ୍ମାନ ବୟୋବନ୍ଦନ କାର୍ଡ ବାଣ୍ଟିାବର ରହିଛି କାର୍ଯ୍ୟକ୍ରମ। ଏୟାରପୋର୍ଟରୁ ଜନତା ମଇଦାନ ଯାଏ ପ୍ରଧାନମନ୍ତ୍ରୀ କରିବେ ରୋଡ଼ ସୋ। ପିଏମଙ୍କ ସହ ମୁଖ୍ୟମନ୍ତ୍ରୀ ବି ରୋଡ଼ ସୋରେ ରହିବେ ଉପସ୍ଥିତ। ଅପରେସନ ସିନ୍ଦୂର ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ଆସୁଥିବାରୁ ତାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଦିତ କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି।
ସେପଟେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ କମିଶନର ପୋଲିସ ପକ୍ଷରୁ ହୋଇଛି ସମୀକ୍ଷା ବୈଠକ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ 133 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏହାସହ 59ଜଣ ଡିସିପି ରାଙ୍କର ଅଫିସର, 33ଜଣ ଅତିରିକ୍ତ ଡିସିପି, 93ଜଣ ଡିଏସପି, 106ଜଣ ଇନ୍ସପେକ୍ଟର ଏବଂ 450 ଜଣ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ଯିବାକୁ ଥିବା ରୁଟ୍ ରେ ରୂଫ୍ ଟପ୍ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ବି ପୋଲିସ ଅଫିସର ନିୟୋଜିତ ରହିବେ । ଏନେଇ ସେଣ୍ଟ୍ରାଲ ଏଜେନ୍ସି ଙ୍କ ସହ ମିଶି କମିସନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛି ।
୨୦ ତାରିଖରେ ବୌଦ୍ଧ ଜିଲ୍ଲାକୁ ପ୍ରଥମ ଟ୍ରେନ ଚଳାଚଳର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବୌଦ୍ଧକୁ ୩ଟି ଟ୍ରେନ ଗଡିବ । ଦୁଇଟି ସାପ୍ତାହିକ ଟ୍ରେନ ବୌଦ୍ଧ-ଭୁବନେଶ୍ୱର ଓ ବୌଦ୍ଧ-ସମ୍ବଲପୁର ଏବଂ ଗୋଟିଏ ଦୈନିକ ଟ୍ରେନ୍ ଭାବେ ବଲାଙ୍ଗିର-ସୁବର୍ଣ୍ଣପୁର ପସେଞ୍ଜର ଟ୍ରେନର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହେବ।