Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୋଗ୍ୟତା ଥାଇ ବି ଚାକିରି ପାଇବାକୁ ଅଯୋଗ୍ୟ ବିଏ ବିଡି ଛାତ୍ରଛାତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଯୋଗ୍ୟତା ଥାଇ ବି ଚାକିରି ପାଇବାକୁ ଅଯୋଗ୍ୟ ବିଏ ବିଡି ଛାତ୍ରଛାତ୍ରୀ

କଟକ:  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଏ ବିଡି ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଭିସି ଅଫିସ ଘେରାଉ କରିଛନ୍ତି । ସେମାନଙ୍କ କହିବାନୁଯାୟୀ ବିଏ ବିଡ଼ି ପାଠ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପରେ, ସେମାନଙ୍କ ସାର୍ଟିଫିକେଟ ଗ୍ରହଣ ଯୋଗ୍ୟ ହେଉନାହିଁ । କେନ୍ଦ୍ରୀୟ ଶିକ୍ଷା ନୀତିରେ ଚାଲୁଥିବା ଶିକ୍ଷାନୁଷ୍ଠାନରେ ସେମାନଙ୍କ ସାର୍ଟିଫିକେଟ ଗ୍ରହଣ ଯୋଗ୍ୟ ହେଉନାହିଁ । ବାରମ୍ବାର କର୍ତ୍ତୃପକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି । ଆମେ କଣ କରିବୁ କହି ଧାରଣାରେ ଶହ ଶହ ଛାତ୍ରଛାତ୍ରୀ । 

ସେପଟେ ଭିସି କହୁଛନ୍ତି ଆମେ ଏ ବିଷୟରେ ଉପର ଅଥରିଟିକୁ ଜଣାଇଛୁ । ହେଲେ ବର୍ଷେ ବିତିଗଲାଣି । ଏବେ ଯାଏ କିଛି ସଲ୍ୟୁସନ ବାହାରୁନି । ଯାହାକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । 

ଯୋଗ୍ୟତା ଥାଇ ବି ଚାକିରି ପାଇବାକୁ ଅଯୋଗ୍ୟ ଏମାନେ । ସେପଟେ ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ରିଲ୍ସ କରିବାକୁ ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ପରାମର୍ଶ ଦେଉଛନ୍ତି । ପରୀକ୍ଷା ଆଉ କେଇଟା ଦିନ ଥିବାବେଳେ ନୂଆ ଓ କାର୍ଯ୍ୟକ୍ରମ କରି ପିଲାଙ୍କୁ କାର୍ଯ୍ୟକ୍ରମକୁ ଯିବାକୁ ବାଧ୍ୟ କରୁଛନ୍ତି । ନେହେଲ ମାର୍କ କାଟିଦେବାର ଧମକ ଦେଉଛନ୍ତି । ଏଥିରୁ ଆପଣ ବୁଝିପାରୁଥିବେ ରାଜ୍ୟ ସରକାର ଶିକ୍ଷାକୁ କେତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କେତେ ଚିନ୍ତା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
b-ed-students-protest-infront-of-vc-office-revenshaw-university-cuttack | Argus News