Videos
|
Odisha

ଶେଷ ହୋଇଛି ବାବା ଚନ୍ଦନଶ୍ବରଙ୍କ ଚନ୍ଦନ ଯାତ୍ରା

Rashmita Mishra
Browse all articles by Rashmita Mishra
·1 year ago·1 min read
ଶେଷ ହୋଇଛି ବାବା ଚନ୍ଦନଶ୍ବରଙ୍କ ଚନ୍ଦନ ଯାତ୍ରା

ଶେଷ ହୋଇଛି ବାବା ଚନ୍ଦନଶ୍ବରଙ୍କ ଚନ୍ଦନ ଯାତ୍ରା । ବାବାଙ୍କ ଭକ୍ତିରେ ବିଭୋର ଭକ୍ତ । ୧୩ ଦିନ ଧରି ଚାଲୁଥିବା ବାଲେଶ୍ବର ଜିଲ୍ଲା ଭୋଗରାଇର ଚଡ଼କ ପର୍ବ ଶେଷଦିନର ଲକ୍ଷ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପାଟ ପର୍ବ ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ନିବିଡ଼ ବିଶ୍ୱାସର ମିଳନ ହୋଇଥିଲା । ବିଭିନ୍ନ ରାଜ୍ୟରୁ ଆସିଥିବା ଭକ୍ତଙ୍କ ମଧ୍ୟରେ ଭାତୃତ୍ବ ଭାବନା ସଂପର୍କ ସ୍ତାପନା ପାଇଁ ମାଳ ଚନ୍ଦନ ବୋଳି ଆଲିଙ୍ଗନ କରିବା ପରେ ହାକାଣ୍ଡ ପୋଖରୀରେ ସ୍ନାନ କରିଥିଲେ ଭକ୍ତମାନେ ।

ଦଶଲକ୍ଷୀ ଓ ପାଟଭକ୍ତଙ୍କ ଗହଣରେ ଭକ୍ତ ମାନେ ଦେହ ଓ ଜିଭରେ କଣ୍ଟା ଭେଦ କରି ସାଧନା କରିଥାନ୍ତି। ଭକ୍ତଟିଏ ଭଗବାନଙ୍କ ଆଶିଷ ଟିକକ ପାଇବା ପାଇଁ ନିଜ ଶରୀରରେ ହଜାର ହଜାର ଲୁହା କଣ୍ଟା ଗୁନ୍ଥି ଭଗବାନଙ୍କୁ ଆତ୍ମବିଶ୍ୱାସର ସହ ପ୍ରାର୍ଥନା କରି ପହଞ୍ଚେ ବାବାଙ୍କ ଶରଣରେ । ଲମ୍ବା ଲୁହା କଣ୍ଟା ଦ୍ବାରା ନିଜ ଦେହ ଏବଂ ଜିଭକୁ ବିଦ୍ଧ କରି ଭକ୍ତ ମାନେ ଶୋଭାଯାତ୍ରାରେ ଆସନ୍ତି ବାବା ଚନ୍ଦନେଶ୍ୱରଙ୍କ ପିଠକୁ। ପାଟ ଭକ୍ତାମାନେ ମନ୍ଦିରରେ ପହଞ୍ଚିଲା ପରେ ଆରମ୍ଭ ହୋଇଥାଏ ଅର୍ଘ୍ୟ ସିଞ୍ଚନ । ଶେଷ ଅର୍ଘ୍ୟ ପାଇବା ପରେ ଉପବାସ ଭଙ୍ଗ କରିଛନ୍ତି ମାନସିକ ଧାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
baba-chandaneshwars-sandalwood-journey-has-ended | Argus News