Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବଡ଼ ଓଷା ପାଇଁ ଏବେଠାରୁ ଚଳଚଞ୍ଚଳ ବାବା ଧବଳେଶ୍ଵରଙ୍କ ପୀଠ

Odisha

ବଡ଼ ଓଷା ପାଇଁ ଏବେଠାରୁ ଚଳଚଞ୍ଚଳ ବାବା ଧବଳେଶ୍ଵରଙ୍କ ପୀଠ

Rashmita Mishra
Browse all articles by Rashmita Mishra
·1 year ago·2 min read
ବଡ଼ ଓଷା ପାଇଁ ଏବେଠାରୁ ଚଳଚଞ୍ଚଳ ବାବା ଧବଳେଶ୍ଵରଙ୍କ ପୀଠ

 ଅର୍ଗସ ବ୍ୟୁରୋ: ବାବା ଧବଳେଶ୍ବରଙ୍କ ପୀଠରେ ବଡ଼ ଓଷାର ସ୍ବତନ୍ତ୍ର ଗଜ ଭୋଗ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କେବଳ ମନ୍ଦିରର ପୂଜକଙ୍କ ପରିବାର ଏହି ଭୋଗ ପ୍ରସ୍ତୁତ କରିବାର ପରମ୍ପରା ରହିଆସିଛି। ଶୁଦ୍ଧପୁତ ବାବେ ନୂଆ ବସ୍ତ୍ର ପରିଧାନ କରି ସେମାନେ ପ୍ରସ୍ତୁତ କରିଥାନ୍ତି ଗଜଭୋଗ। ପୂର୍ବରୁ ୮ ଟି ପୂଜକ ପରିବାର ଭୋଗ ପ୍ରସ୍ତୁତ କରୁଥିବା ବେଳେ ବଂଶାନୁକ୍ରମିକ ଭାବେ ପୂଜକଙ୍କ ପରିବାର ସଂଖ୍ୟା ବଢି ଏବେ ପହଞ୍ଚିଲାଣି ୧୨୦ରେ। ଏଥିସହ ପୂଜକଙ୍କ ନିକଟ ସମ୍ପର୍କୀୟମାନେ ବି ଭୋଗ ପ୍ରସ୍ତୁତରେ ସହାୟତା କରୁଛନ୍ତି। କିଏ ନଡ଼ିଆ ଭାଙ୍ଗୁଛି ତ କିଏ ନଡ଼ିଆ କୋରିବାରେ ଲାଗିପଡ଼ିଛନ୍ତି, ପୁର ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସମସ୍ତେ ଅତି ନିଷ୍ଠାର ସହ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଭୋଗ। 

ଗୁଡ଼, ବିରି, ନଡ଼ିଆ ଆଦିରେ ପୁର ତିଆରି ହେଉଥିବା ବେଳେ ଅରୁଆ ଚାଉଳରେ ଗଜ ପ୍ରସ୍ତୁତ ହୁଏ। ସବୁଠାରୁ ବଡ କଥା ହେଉଛି ଆଧୁନିକ ସମୟରେ ବି କେବଳ ଢିଙ୍କିରେ ଚାଉଳ କୁଟି ତାକୁ ଚଲାଯାଇ ପ୍ରସ୍ତୁତ କରାଯାଏ ଗଜ ପାିଇଁ ଚୁନା। ଢିଙ୍କିକୁ ପୂଜା କରାଯାଇ ଢିଙ୍କି କୁଟା ଆରମ୍ଭ ହୁଏ। ଗ୍ୟାସ କିମ୍ବା ଇଲେକ୍ଟ୍ରି ନୁହେଁ  କେବଳ କାଠ ଚୁଲିରେ ହିଁ ଅଥାର ହାଣ୍ଡି ବସାଇ ଗଜ ପ୍ରସ୍ତୁତ ହୁଏ। ଯେଉଁ ଘରେ ଚୁଲି ଥାଏ, ସେ ଘରକୁ ଭଲରେ ଲିପାପୋଛା କରାଯାଇଥାଏ। କେବଳ ପୂଜକ ପରିବାର ବ୍ୟତୀତ ଅନ୍ୟ କାହାରିକୁ ସେ ଘର ଭିତରକୁ ଯିବାକୁ ଅନୁମତି ନଥାଏ ।

ଲୋକକଥା ରହିଛି ବାବା ଧବଳେଶ୍ବରଙ୍କ ମହିମାରୁ କଳା ବଳଦ ଧଳା ହୋଇଯାଇଥିଲା। ସେଥିପାଇଁ ଗଜ ଭୋଗର ଉପରଟା ଧଳା ଏବଂ ଭିତର ଦେଖିବାକୁ ପୂରା କଳା। ବୁଧବାର ମଧ୍ୟରତ୍ରରୁ ଧବଳେଶ୍ବରରେ ବଡ଼ ଓଷା ନୀତି ଆରମ୍ଭ ହେବ। ଗୁରୁବାର ଭୋରୁ ଭକ୍ତଙ୍କୁ ଗଜ ଭୋଗ ବଣ୍ଟନ ଲାଗି ବ୍ୟବସ୍ଥା ହୋଇଛି। ଏହି ପ୍ରସିଦ୍ଧ ଗଜ ଭୋଗ ପାଇବାଲାଗି ସେଦିନ ହଜାର ହଜାର ଭକ୍ତଙ୍କର ଭିଡ ଲାଗିବ ବାବା ଧବଳେଶ୍ବରଙ୍କ ପୀଠରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Baba Dhabaleshwar's Peetha is moving from now on for the big bear | Argus News