Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Baba Dhabaleswar / ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

Rashmita Mishra
Browse all articles by Rashmita Mishra
·8 months ago·2 min read
ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

Key Points

ବଡ଼ ଓଷା ପାଇଁ ଚଳଚଞ୍ଚଳ ବାବା ଧବଳେଶ୍ଵରଙ୍କ ପୀଠ
ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣ ମୂହୁର୍ତ୍ତରେ ଗଜଭୋଗ ଲାଗି
ବାବାଙ୍କ ଠାରେ ଲାଗିହେଲା ଗଜଭୋଗ ଆଉ ତରଣ
ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଧବଳେଶ୍ଵରହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଧବଳେଶ୍ଵର

ଗତକାଲି ବିଳମ୍ବିତ ରାତ୍ରୀରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣ ମୂହୁର୍ତ୍ତରେ ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି ହୋଇଛି ଗଜଭୋଗ ଆଉ ତରଣ। ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସରିବା ପରେ ସଙ୍କୁଡି ଭୋଗ ଲାଗି ହୋଇଥିଲା । ପରେ ପରେ ମଙ୍ଗଳ ଆଳତୀ ତଡପଲାଗି ଓ ବାବାଙ୍କ ନିକଟରେ ଗଜଭୋଗ ଲାଗି କରାଯାଇଥିଲା । ବାବା ଧବଳେଶ୍ଵରଙ୍କ ସ୍ଵତନ୍ତ୍ର ନୀତି କାନ୍ତି ସରିବା ପରେ ଶ୍ରୀ ଜିଉ ହରିହର ବେଷରେ ସୁସଜ୍ଜିତ ହେବେ । ପୀଠରେ ରାତ୍ର ଉଜାଗର ରହିଥିବା ଶ୍ରଦ୍ଧାଳୁ ମାନେ ମହାନଦୀରେ ବୁଡ ପକାଇ ବାବା ଧବଳେଶ୍ୱରଙ୍କ ହରିହର ବେଶ ଦର୍ଶନ କରିବା ସହିତ ଗଜଭୋଗ ପାଇଥିଲେ । ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ମହାସମାରୋହରେ ପାଳିତ ହୋଇଯାଇଛି । ସୋମବାର ଦିନ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିଥିଲା ବେଳେ ଅପରାହ୍ନରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । କଟକ, ଚୌଦ୍ୱାର ଓ ଆଠଗଡ଼ ରାସ୍ତା ଦେଇ ପୀଠକୁ ଶ୍ରଦ୍ଧାଳୁଙ୍କୁ ଆଗମନ ହୋଇଥିଲା । ରାତି ସୁଦ୍ଧା ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛନ୍ତି । ​​​​​​​​​​​​​​

ସୋମବାର ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ ସହ ଦୁର୍ଲଭ ବଡ଼ସିଂହାର ବେଶ ଦର୍ଶନ ଓ ଗଜଭୋଗ ନେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପୀଠ । ପୀଠ ମଧ୍ୟରେ ଥିବା ହୋଟେଲ, ମନ୍ଦିର ଦକ୍ଷିଣ ପାଶ୍ୱର୍, ବୁଢାଲିଙ୍ଗ ପାଶ୍ୱର୍ ଓ ଅଭ୍ୟର୍ଥନା କେନ୍ଦ୍ର ପଡ଼ିଆରେ ଶ୍ରଦ୍ଧାଳୁମାନେ ବ୍ରତ ପାଳନ ପାଇଁ ଠୁଳ ହୋଇଥିଲେ । ଏପରିକି ସକାଳୁ ଆସିଥିବା ଭକ୍ତମାନେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ବ୍ରତ ପାଳନ କରିଥିବାରୁ ବାହାରେ ନଖାଇ ଅତି ଶୁଦ୍ଧପୁତ ଭାବେ ଦୂରଦୂରାନ୍ତ ଗ୍ରାମରୁ ସାଥୀରେ ଆଣିଥିବା ଚାଉଳ, ଆଳୁ, କଖାରୁ ଓ ବିଭିନ୍ନ ପ୍ରକାର ପନିପରିବାରେ ଖାଦ୍ୟ ପ୍ରସ୍ତୁତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ଖାଇଥିଲେ । ରାତି ତମାମ ପୀଠରେ ଉଜାଗର ରହି ବଡ଼ସିଂହାର ବେଶ ଦର୍ଶନ କରିବା ସହ ଗଜଭୋଗ ନେଇ ମଙ୍ଗଳବାର ସକାଳୁ ଘରକୁ ଫେରିଛନ୍ତି ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ କରି ପୋଲିସ ଅଧିକାରୀମାନଙ୍କ ସହ ୧୦ଜଣ ମାଜିଷ୍ଟ୍ରେଟ୍‌ଙ୍କ ସହ ୧୫ପ୍ଲାଟୁନ୍‌ ଫୋର୍ସ ନଦୀ ଘାଟ, କଂକ୍ରିଟ୍‌ ସେତୁ ଓ ମନ୍ଦିରର ବିଭିନ୍ନ ସ୍ଥାନରେ ନଜର ରଖିଛନ୍ତି । ବାବାଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ସୋମବାର ସକାଳୁ ଭିଡ଼ ବଢ଼ିଥିଲା । ଏହାକୁ ନଜରରେ ରଖି ଦେବୋତ୍ତର ପ୍ରଶାସନ ଓ ପୂଜକ ସମାଜ ପକ୍ଷରୁ ରବିବାର ରାତି ୨ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ କରିବାସହ ମହାନଦୀରୁ ୧୦୮ଗରା ଜଳସହିତ ଚନ୍ଦନ ଓ ଅଗୁର ମିଶ୍ରିତ ଜଳରେ ଧବଳେଶ୍ୱରଙ୍କୁ ଜଳାଭିଷେକ କରାଯାଇ ସ୍ନାନନୀତି ସମ୍ପନ୍ନ ହୋଇଥିଲା ।

ଭୋର ୪ଟା ସମୟରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଥିଲା । ବାବା ଧବଳେଶ୍ୱରଙ୍କ ଦୁର୍ଲଭ ବଡ଼ସିଂହାର ବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ବଡ଼ଓଷା ନୀତି ପାଇଁ ଧବଳେଶ୍ୱରଙ୍କ ନିକଟରେ ତିନି ଧୂପସହ ୫ଟି ଅବକାଶ କରାଯାଇଥିଲା । ବିଳମ୍ବିତ ରାତିରେ ଗଜ ଭୋଗ ଲାଗି କରାଯାଇ ବାବା ଧବଳେଶ୍ୱର ହରିହର ବେଶରେ ଦର୍ଶନ ଦେଇଥିବା ପୂଜକ ସମାଜ ସଂପାଦକ ନରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏଥିପାଇଁ ପୋଲିସ ମଧ୍ୟ ସଜାଗ ରହିବା ସହ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳା ଦର୍ଶନ କରିପାରିବେ ସେ ଦିଗରେ ସମସ୍ତ ବନ୍ଦୋବସ୍ତ  କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Baba Dhabaleswar | Baba Dhabaleswar Appears in Harihara Avatar | Argus News | Argus News