Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାବା ଲିଙ୍ଗରାଜ ତିନି ଦିନ ଉପବାସ ପରେ ବାହାରିଲା ସମାଧାନର ବାଟ

Odisha

ବାବା ଲିଙ୍ଗରାଜ ତିନି ଦିନ ଉପବାସ ପରେ ବାହାରିଲା ସମାଧାନର ବାଟ

Rashmita Mishra
Browse all articles by Rashmita Mishra
·1 year ago·2 min read
ବାବା ଲିଙ୍ଗରାଜ ତିନି ଦିନ ଉପବାସ ପରେ ବାହାରିଲା ସମାଧାନର ବାଟ

Key Points

ବାବା ଲିଙ୍ଗରାଜ ତିନି ଦିନ ଉପବାସ ପରେ ବାହାରିଲା ସମାଧାନର ବାଟ
ବ୍ରାହ୍ମଣ ନିଯୋଗ- ବଡୁ ନିଯୋଗର ବିବାଦ ଯୋଗୁଁ ଉପବାସରେ ଥିଲେ ଲିଙ୍ଗରାଜ
ବିଶୃଙ୍ଖଳାକାରୀଙ୍କ ଉପରେ ହେବ ଆକ୍ସନ
ରାଜନୀତିରେ ଗନ୍ଧ ବାରିଲେ ଖୋଦ ଆଇନ ମନ୍ତ୍ରୀ ଓ ଏକାମ୍ର ବିଧାୟକ
ଲିଙ୍ଗରାଜଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣି ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଅର୍ଗସ ବ୍ୟୁରୋ: ସେବାୟତଙ୍କ କଳିରେ ବଳି ପଡିଛି ମନ୍ଦିର ନୀତିକାନ୍ତି । ଘୃତ କମଳ ନୀତି ବନ୍ଦ ଘଟଣାକୁ ନେଇ ବଡୁ ଓ ବ୍ରାହ୍ମଣ ସେବାୟତଙ୍କ ମଧ୍ୟରେ ଫାଟ। 3ଦିନ ଧରି ଉପାସରେ ଥିଲେ ରାଜଧାନୀର ଆରାଧ୍ୟ । ଖରା, କାକରରେ ମକର ମଣ୍ଡପରେ ପ୍ରଭୁ ଲିଙ୍ଗରାଜ । ସମସ୍ୟାର ସମାଧାନ ପାଇଁ ଆଇନ ମନ୍ତ୍ରୀଙ୍କ ଘରେ ବୈଠକ ବସିଥିଲେ ବି ଏଥିରେ ଅନୁପସ୍ଥିତି ଥିଲା ବ୍ରାହ୍ମଣ ନିଯୋଗ। ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ,ଆଇନ ବିଭାଗ ସଚିବ ସମେତ ବଡୁ ନିଯୋଗ ବୈଠକରେ ଯୋଗ ଦେଇଥିଲେ । ହେଲେ ଏହି ବୈଠକରେ ବାହାରିପାରି ନ ଥିଲା ସମାଧାନର ବାଟ । ଅପରାହ୍ଣ ରେ ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକ ବସିଥିବା ବେଳେ ଏଥିରେ ସମାଧାନ ର ବାଟ ବାହାରିଛି । 24 ଘଣ୍ଟା ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବେ । ବିଶୃଙ୍ଖଳାକାରୀଙ୍କ ଉପରେ ହେବ ଆକ୍ସନ ।

ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ଠାକୁରଙ୍କ ନୀତି ବନ୍ଦ ହେବା ନୂଆ ନୁହେଁ। ହାଣ୍ଡିଭଙ୍ଗା ଜାତ, ପଇତା ଲାଗି ନୀତି ଭଳି ନୀତି ଆଉ ଲିଙ୍ଗରାଜଙ୍କ ପାଖରେ ହେଉନାହିଁ। ଏହାର ସ୍ଥାୟୀ ସମାଧାନ ପାଇଁ ଶ୍ରୀ ମନ୍ଦିର ଆଇନ ପରି ଲିଙ୍ଗରାଜଙ୍କ ପାଇଁ ସ୍ବତନ୍ତ୍ର ଆଇନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରାଥମିକ ଭାବେ ସତ୍ବଲିପି ବିବାଦର ସମାଧାନ ପାଇଁ ଜଣେ ପୂର୍ବତନ ବିଚାର ପତି ଙ୍କୁ ନେଇ ଗଠନ ହେବ ସିଙ୍ଗିଲ ମେମ୍ବର କମିଶନ । ଏହି କମିଶନ ବିଭିନ୍ନ ନିଯୋଗ ସହ କଥା ହୋଇ ପୂର୍ବରୁ କିଏ କେଉଁ ପୂଜା କରୁଥିଲେ ସେ ନେଇ ତଥ୍ୟ ସଂଗ୍ରହ କରିବେ । ଦୁଇ ମାସ ଭିତରେ ରେକର୍ଡ ଅଫ ରାଇଟସ ର ଡ୍ରାଫ୍ଟ ପ୍ରସ୍ତୁତ କରି ସରକାର ଙ୍କୁ ଦେବେ । ଯାହାକୁ ଲାଗୁ କରିବ ଦେବୋତ୍ତର କମିଶନ ।

ଦୁଇ ନିଯୋଗର ବିବାଦ ଯୋଗୁ ପୂର୍ବରୁ ଅନେକ ବାର ବ୍ୟାହତ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି । ସ୍ଥାୟୀ ସମାଧାନ ପାଇଁ ପୂର୍ବ ସରକାର କରି ନ ଥିଲେ ଉଦ୍ୟମ । ଯେଉଁଥିପାଇଁ ଖପ୍ପା ଶ୍ରଦ୍ଦାଳୁ ଓ ସଂସ୍କୃତି ପ୍ରେମୀ । ଏବେ ନଜର କେବେ ସ୍ବାଭାବିକ ହେବ ପ୍ରଭୁଙ୍କ ନୀତିକାନ୍ତି ଓ କେବେ ହେବ ବିବାଦର ସ୍ଥାୟୀ ସମାଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Baba Lingaraj found a solution after fasting for three days | Argus News