ଅର୍ଗସର ପୋଡକାଷ୍ଟରେ ଅଭିନେତା ବାବୁସାନ ମହାନ୍ତି, କେକ୍ କାଟି ଅର୍ଗସ ଟିମକୁ ଜଣାଇଲେ ଶୁଭେଚ୍ଛା

Key Points
୧୦୦ ତମ ଅଧ୍ୟାୟରେ ପହଞ୍ଚିଲା ଅର୍ଗସର ପୋର୍ଡକାଷ୍ଟ
ଓଡ଼ିଶା ଡିଜିଟାଲ ମିଡିଆରେ ଏକ ନମ୍ବର କାର୍ଯ୍ୟକ୍ରମ
୧୦୦ ତମ ଅଧ୍ୟାୟର ଅତିଥି ଥିଲେ ଅଭିନେତା ବାବୁସାନ ମହାନ୍ତି
୧୦୦ ତମ ଅଧ୍ୟାୟରେ ପହଞ୍ଚିଲା ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ କାର୍ଯ୍ୟକ୍ରମ ଅର୍ଗସ ପଡ୍କାଷ୍ଟ କିଛି କଥା କିଛି ବାର୍ତ୍ତା। ମୁଖ୍ୟମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ, ଗଜପତିଙ୍କ ଠାରୁ ମହାଶ୍ୱେତା ରାୟଙ୍କ ପର୍ଯ୍ୟନ୍ତ, ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଆସି ସାରିଲେଣି। ଓଡ଼ିଶା ଡିଜିଟାଲ ମିଡିଆରେ ଏହା ଏକ ନମ୍ବର କାର୍ଯ୍ୟକ୍ରମ ଭାବେ ବେଶ୍ ଲୋକପ୍ରିୟତା ସାଉଣ୍ଟୁଛି। ୧୭ ଏପ୍ରିଲ ୨୦୨୪ରେ ଅର୍ଗସ ଡିଜିଟାଲ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଥିଲା ପ୍ରଥମ ଅଧ୍ୟାୟ। ଏଇ ଭିତରେ ଏବେ ୧୦୦ ତମ ଅଧ୍ୟାୟରେ ପହଞ୍ଚିଛି ଏହି କାର୍ଯ୍ୟକ୍ରମ।
ଅର୍ଗସ ମୁଖ୍ୟ କାର୍ଯ୍ୟାଳୟରେ ଅର୍ଗସର ସମସ୍ତ ସହଯୋଗୀଙ୍କ ଉପସ୍ଥିତିରେ ୧୦୦ ତମ ଅଧ୍ୟାୟର ପୂର୍ତ୍ତିପାଳନ ହୋଇଯାଇଛି। ୧୦୦ ତମ ଅଧ୍ୟାୟର ଅତିଥି ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି କେକ୍ କାଟି ଅର୍ଗସ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଗସ ନ୍ୟୁଜର ସମ୍ପାଦକ ସଞ୍ଜୟ ଜେନା କହିଛନ୍ତି ଅର୍ଗସ ସବୁବେଳେ ସାଧାରଣ ଲୋକଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଛି। ଅର୍ଗସ ପଡକାଷ୍ଟର ଏହି ସଫଳତା ଓଡ଼ିଶା ଡିଜିଟାଲ ମିଡିଆରେ ଏକ ମାଇଲଖୁଣ୍ଟ। ଏହି ଅବସରରେ କାର୍ଯ୍ୟକ୍ରମର ଉପସ୍ଥାପକ ବରିଷ୍ଠ ସାମ୍ବାଦିକ ତଥା ଅର୍ଗସ ଡିଜିଟାଲର ସମ୍ପାଦକ ସଂଗ୍ରାମ ଷଡଙ୍ଗୀ କହିଛନ୍ତି, ଏଇ କାଲି ପରି ଲାଗୁଛି। ଏକ ଅଭିନବ ପରିକଳ୍ପନାକୁ ନେଇ ଆରମ୍ଭ ହୋଇଥିବା ଏଇ କାର୍ଯ୍ୟକ୍ରମକୁ ଓଡ଼ିଶାବାସୀ ଏତେ ଭଲପାଇବା ଦେବେ ସେ ଭାବିନଥିଲେ।
📱 Get Argus News App
✨ଏଥିପାଇଁ ସେ ସମସ୍ତ ଦର୍ଶକ, ସବ୍ସ୍କ୍ରାଇବରଙ୍କୁ ଧନ୍ୟବାଦ ଜଣାଇବା ସହ ପୋଡକାଷ୍ଟରେ ସାମିଲ ହୋଇଥିବା ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିଭଳି ଅର୍ଗସ ଡିଜିଟାଲ ମୁଖ୍ୟ ସୁଧାଂଶୁ ପାଢୀ, ଦର୍ଶକ ଓ ସବସ୍କ୍ରାଇବରଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଟେଲିଭିଜନ ଅପେକ୍ଷା ଡିଜିଟାଲ ମିଡିଆର ଚାହିଦା ସବୁଠୁ ଅଧିକ ରହିଛି। ଓଡ଼ିଶା ଡିଜିଟାଲ ମିଡିଆ ପାଇଁ ଅର୍ଗସ ପଡକାଷ୍ଟ ଏକ ଉଦାହରଣ ବୋଲି ମତ ରଖିଛନ୍ତି।