Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫୦ଟଙ୍କା ପାଇଁ ବଚସା ମା ଓ ପୁଅ ଲହୁଲୁହାଣ

Rashmita Mishra
Browse all articles by Rashmita Mishra
·1 year ago
୫୦ଟଙ୍କା ପାଇଁ ବଚସା  ମା ଓ ପୁଅ ଲହୁଲୁହାଣ

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଜରପଡା ଥାନା କୁଶିକିଳା ଗାଁରେ ଅଭାବନୀୟ ଘଟଣା। ୫୦ ଟଙ୍କା ପାଇଁ ମା ଓ ପୁଅକୁ ମରଣାନ୍ତକ ଆକ୍ରମଣ। ଟାଙ୍ଗୀଆ ଚୋଟ ଓ ଲୁହା ରଡ ମାଡରେ ମା ଓ ପୁଅ ଗୁରୁତର। ଗୁରୁତର ଆହତ ଜଣଙ୍କ ଲବଙ୍ଗ ସାହୁ ଓ ପୁଅ ଲିକୁ ସାହୁ । ପୁତୁରା ଚିଣ୍ଟୁ ସାହୁ ଓ ତାଙ୍କ ବାପା ଭୁବନୀ ସାହୁ ଆକ୍ରମଣ କରିଥିବା ଜଣା ପଡିଛି। ସୂଚନା ଅନୁଯୀୟୀ ଦୁଇ ପରିବାର ଗୋଟିଏ ଘରେ ରହୁଥିବା ବେଳେ ଆଗରୁ ବିଭିନ୍ନ ଘଟଣାକୁ ନେଇ ବଚସା ଲାଗି ରହିଥିଲା। ପୁଅ ଲିକୁଙ୍କ ପକେଟ୍ ଘରୁ ୫୦ଟଙ୍କା ଚୋରୀ ଘଟଣାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bachsa mother and son married for 50 rupees | Argus News