Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମେଡିକାଲ, ଟେକନିକାଲ ଓ ସ୍କିଲ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ

Odisha

ମେଡିକାଲ, ଟେକନିକାଲ ଓ ସ୍କିଲ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ

Rashmita Mishra
Browse all articles by Rashmita Mishra
·1 year ago·1 min read
ମେଡିକାଲ, ଟେକନିକାଲ ଓ ସ୍କିଲ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ

Key Points

ପଛୁଆ ବର୍ଗ ସଂରକ୍ଷଣ ନେଇ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲା ବିଜେପି
ମେଡିକାଲ, ଟେକନିକାଲ ଓ ସ୍କିଲ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ
ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ପଛୁଆ ବର୍ଗଙ୍କୁ 11.2% ସଂରକ୍ଷଣ ମିଳିବ
ଏ ନେଇ ଆମେ ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ'
ଡବଲ ଇଞ୍ଜିନ ସରକାର ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଉଛନ୍ତି
ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

ଓଡିଶାରେ ଖୁବଶିଘ୍ର ମେଡିକାଲ, ଟେକନିକାଲ ଓ ସ୍କିଲ ଶିକ୍ଷା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ମିଳିବ ସଂରକ୍ଷଣ। ସ୍ପଷ୍ଟ କଲେ ରାଜ୍ୟ ସଭାପତି ମନମୋହନ ସାମଲ। ପଛୁଆ ବର୍ଗ ସଂରକ୍ଷଣ ନେଇ ବିଜେଡି ଓକଂଗ୍ରେସ ଉପରେ ବର୍ଷିଲେ । କହିଲେ ବିରୋଧୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା । ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ପଛୁଆ ବର୍ଗଙ୍କୁ 11.25% ସଂରକ୍ଷଣ ମିଳିବ । ଏ ନେଇ ବିଜେପି ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଜାତିଭିତ୍ତିକ ଜନଗଣନା ନେଇ ନିଷ୍ପତ୍ତି ନେଇଛନ୍ତି। ସେହି ସମୟରେ ମୋହନ ସରକାର OBCଙ୍କୁ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ଦେଇଛନ୍ତି। ଲମ୍ବା ସମୟ ଧରି ସରକାରରେ ଥିଲେ ମଧ୍ୟ ବିଜେଡି ସଂରକ୍ଷଣ ବ୍ୟବସ୍ଥା କରିନଥିଲା।ଇଚ୍ଛା ଶକ୍ତି ଅଭାବରୁ କଂଗ୍ରେସ ଓ ବିଜେଡି OBCଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିନଥିଲା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
backward-classes-will-get-reservation-in-medical-technical-and-school-education | Argus News