Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିତରକାଠରେ ପଡିଲା ରକ୍ତଛିଟା, ମହାପ୍ରଭୁଙ୍କର ହେବ ବଡ ମହାସ୍ନାନ

Smruti Parija
Browse all articles by Smruti Parija
·1 year ago
ଭିତରକାଠରେ ପଡିଲା ରକ୍ତଛିଟା, ମହାପ୍ରଭୁଙ୍କର ହେବ ବଡ ମହାସ୍ନାନ

ଶ୍ରୀମନ୍ଦିରରେ ଅଘଟଣ । ରକ୍ତଛିଟା ପଡିବାରୁ ଶ୍ରୀଜୀଉଙ୍କର ହେବ ବଡ ମହାସ୍ନାନ । ଅବକାଶ ନୀତି ପରେ ଭିତରକାଠ ଦର୍ଶନ ଚାଲିଥିଲା । ଏହି ସମୟରେ ଭିତରକାଠରେ ରକ୍ତଛିଟା ପଡିଥିବା ଦେଖିବାକୁ ପାଇଥିଲେ ଜଣେ ସେବାୟତ । ଫଳରେ ମହାପ୍ରଭୁଙ୍କ ମାହସ୍ନାନ ଯୋଗୁଁ ଦର୍ଶନ ପ୍ରାୟ ଏକ ଘଣ୍ଟା ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ମହାସ୍ନାନ ନୀତି ପରେ ପୁର୍ନବାର ସ୍ୱଭାବିକ୍ ହେବ ଦର୍ଶନ ।


ନିକଟରେ ନୀଳଚକ୍ରରେ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗିଥିଲା । ପରେ ନୂଆ ଅକ୍ଷୟ ଦଣ୍ଡ ସଂଯୋଗ ହୋଇ ବାନା ଲାଗିଥିଲା । ପ୍ରାୟ ୨୨ ଫୁଟ୍ ର ଏହି ବାଉଁଶର ଦଣ୍ଡଟିକୁ ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ଆଜ୍ଞା ନେଇ ବନ୍ଧା ଯାଇଛି । ବିମଳାଙ୍କ କୂଅରୁ ପାଣି ନେଇ ଦଣ୍ଡ ଟିକୁ ସିଞ୍ଚନ କରିବା ସହ ସେଥିରେ ମାଆଙ୍କ ସିନ୍ଦୂର ଲଗାଇ ଅକ୍ଷୟ ଦଣ୍ଡଟିକୁ ବନ୍ଧାଯାଇଛ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bada-mahasnana-to-be-held-at-puri-temple | Argus News