Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିନା ଟେଣ୍ଡରରେ କିପରି ହେଲା କାମ, ତଦନ୍ତ ପାଇଁ ବିଧାନସଭାରେ ଦାବି କଲେ ବଡସାହି ବିଧାୟକ

Odisha

ବିନା ଟେଣ୍ଡରରେ କିପରି ହେଲା କାମ, ତଦନ୍ତ ପାଇଁ ବିଧାନସଭାରେ ଦାବି କଲେ ବଡସାହି ବିଧାୟକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିନା ଟେଣ୍ଡରରେ କିପରି ହେଲା କାମ, ତଦନ୍ତ ପାଇଁ ବିଧାନସଭାରେ ଦାବି କଲେ ବଡସାହି ବିଧାୟକ

ମୟୁରଭଞ୍ଜ: ସ୍କୁଲ କାନ୍ଥରେ ବଡ ବଡ ଫାଟ । ତଳେ ଲାଗିଥିବା ଟାଇଲ୍ ଭାଙ୍ଗିଗଲାଣି । ନଜର ପକାନ୍ତୁ ମୟୂରଭଞ୍ଜ ବଡସାହି ବ୍ଲକ୍ କେନ୍ଦୁଡିହା ପଞ୍ଚାୟତର କୁଳିଅଣା (ବି) ସରକାରୀ ଉଚ୍ଚ ବିଦ୍ୟାଳୟ ଉପରେ । 5ଟି ଅଧିନରେ କୋଟି କୋଟି ଟଙ୍କାର କାମ ହେଲା । ହେଲେ ବର୍ଷକ ଭିତରେ ନୂଆ ସ୍ମାର୍ଟ ଶ୍ରେଣୀଗୃହ ରେ ଚାରିଆଡେ ଫାଟ। ତଳେ ଲାଗିଥିବା ଟାଇଲ୍ ର ଅବସ୍ଥା ବି ନକହିବା ଭଲ । 5t ଯୋଜନାରେ ପ୍ରତି ହାଇସ୍କୁଲ କୁ ଦିଆଯାଇଥିବା ୩୦ ଲକ୍ଷ ୩୫ ଲକ୍ଷ ୪୦ ଲକ୍ଷ ଟଙ୍କା ହେଲା କଣ ? ଏହାର ଉତ୍ତର କାହାରି ପାଖରେ ନାହିଁ । 


ବିଦ୍ୟାଳୟର ସମ୍ମୁଖରେ ଲାଗିଥିବା ଫଳକରେ ୩୫ ଲକ୍ଷ ୪୧ ହଜାର ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇଥିଲା । ହେଲେ ବିଦ୍ୟାଳୟକୁ ପ୍ରବେଶ ପଥରେ ଗେଟ୍ ଟିଏ ନାହିଁ । ଡବଲ ଇଞ୍ଜିନ ସରକାର ଆସିବା ପରେ 5ଟି ଦୁର୍ନୀତିର ତଦନ୍ତ ନେଇ ଗତ ୨୧ ତାରିଖରେ ବିଧାନସଭାରେ ଦାବି ରଖିଛନ୍ତି ବଡ଼ସାହି ବିଧାୟକ ସନାତନ ବିଜୁଳି । ଯାହାକୁ ସାଧାରଣରେ ସ୍ବାଗତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖାଲି ବଡସାହି ବ୍ଲକ୍ ନୁହେଁ, ବେତନଟୀ ବ୍ଲକ୍ ପାଟୁଳିପୁରା ହାଇସ୍କୁଲ, ନଡୁପୁର ହାଇସ୍କୁଲ ଭଳି ଅନେକ ବିଦ୍ୟାଳୟରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । କାହା ସ୍ବାର୍ଥରେ ବିନା ଟେଣ୍ଡରରେ କାମ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଏହାର ତଦନ୍ତ ହେଲେ 24ବର୍ଷ ବିଜେଡି ସରକାରର ପାରିବା ପଣିଆ ପଦାକୁ ଆସିବ ବୋଲି କହିଛନ୍ତି ଜନତା ।

Sponsored
Badshahi MLA demands investigation in the Assembly as to how the work was done without tender | Argus News