Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା: ଚିନ୍ତା ମୁକ୍ତ ଏବଂ ପ୍ରାକ୍ଟିକାଲ ପାଠପଢା ଉପରେ ଗୁରୁତ୍ଵ

Odisha

Practical Learning / ୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା: ଚିନ୍ତା ମୁକ୍ତ ଏବଂ ପ୍ରାକ୍ଟିକାଲ ପାଠପଢା ଉପରେ ଗୁରୁତ୍ଵ

Rashmita Mishra
Browse all articles by Rashmita Mishra
·2 hours ago·1 min read
୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା: ଚିନ୍ତା ମୁକ୍ତ ଏବଂ ପ୍ରାକ୍ଟିକାଲ ପାଠପଢା ଉପରେ ଗୁରୁତ୍ଵ
Practical Learning

Key Points

୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା
ଶିକ୍ଷା ବର୍ଷ 2026-27 ପାଇଁ ସ୍କୁଲ ପିଲାଙ୍କ ୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା
ଚିନ୍ତା ମୁକ୍ତ ଏବଂ ପ୍ରାକ୍ଟିକାଲ ପାଠପଢା ଉପରେ ଗୁରୁତ୍ଵ
ପିଲାଙ୍କୁ ଶିକ୍ଷକ ଏକ୍ସପୋଜର ଭିଜିଟରେ ନେଇପାରିବେ
ଗୋଟିଏ ଶିକ୍ଷାବର୍ଷରେ ୨୩୦ କାର୍ଯ୍ୟ ଦିବସ ରହିବ

ଜାତୀୟ ଶିକ୍ଷାନୀତି ଆଧାରରେ ସ୍କୁଲ ମାନଙ୍କରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେହି ନିୟମ ଲାଗୁ ହେବ । ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ସ୍କୁଲ ପିଲାଙ୍କ ୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା ରହିବ । ଚିନ୍ତା ମୁକ୍ତ ଏବଂ ପ୍ରାକ୍ଟିକାଲ ପାଠପଢା ଉପରେ ଗୁରୁତ୍ଵ ଦିଆଯିବା ପାଇଁ NEPରେ ଏଭଳି ବ୍ୟବସ୍ଥା କରାଯାଇଥିଲା ।

ଯାହାକୁ ଆମେ ଓଡ଼ିଶାରେ ପିଲାମାନଙ୍କ ପାଇଁ ଲାଗୁ କରିଛୁ । ସେହିଦିନ ମାନଙ୍କରେ ପିଲାଙ୍କୁ ଶିକ୍ଷକ କିମ୍ବା ସ୍କୁଲ କର୍ତ୍ତୃପକ୍ଷ ଏକ୍ସପୋଜର ଭିଜିଟରେ ମଧ୍ୟ ନେଇପାରିବେ । ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବିଦ୍ୟାଳୟରେ ଗୋଟିଏ ଶିକ୍ଷାବର୍ଷରେ ୨୩୦ କାର୍ଯ୍ୟ ଦିବସ ସ୍ଥିର କରାଯାଇଛି ।

NEP – ୨୦୨୦ ଅନୁଯାୟୀ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଅନ୍ୟ ଉତ୍ସବ, କ୍ରୀଡା ଉତ୍ସବ ପାଇଁ ୨୦ ଦିନର ବ୍ୟବସ୍ଥା ରହିବ । ଏ ସବୁକୁ ବାଦ୍ ଦେବାପରେ ଶିକ୍ଷାବର୍ଷରେ ବର୍ଷକୁ ୧୯୦ ଦିନକୁ ପ୍ରକୃତ ଶିକ୍ଷାଦାନ ଦିବସ ଭାବେ ବିବେଚନା କରାଯିବ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ ଏବଂ ଶନିବାର ଦିନ ସକାଳ ୬ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Practical Learning | 10-Day Bagless Learning Initiative Focuses on Practical Education | Argus News