Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଫେରୁଛନ୍ତି ମହାପ୍ରଭୁ, ବଡଦାଣ୍ଡରେ ଲାଗିଛି ଗହଳି

Smruti Parija
Browse all articles by Smruti Parija
·2 years ago·1 min read
ଶ୍ରୀମନ୍ଦିର ଫେରୁଛନ୍ତି ମହାପ୍ରଭୁ, ବଡଦାଣ୍ଡରେ ଲାଗିଛି ଗହଳି

ପୁରୀ:  ବାହୁଡୁଛନ୍ତି ମହାପ୍ରଭୁ । ଧାଡି ପହଣ୍ଡିରେ ପ୍ରଥମେ ବଡ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ସାଳିଆ ସାଆନ୍ତ ରଥରେ ବିରାଜିଛନ୍ତି । ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ଭକ୍ତଙ୍କ ଗହଳି ଲାଗିଛି । ଭକ୍ତଙ୍କ ଗହଳିରେ ଫାଟି ପଡୁଛି ବଡଦାଣ୍ଡ । ଭକ୍ତ ଆଖି ଆଜି ଛଳ ଛଳ ହୋଇପଡିଛି । 

ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ ।  ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାହୁଡା ଯାତ୍ରା ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡା କଡି କରାଯାଇଛି । ରଥମ ଉପରେ ଯେପରି ଅଣସେବାୟତ ନଚଢନ୍ତି... ରଥ ଉପରେ ମୋବାଇଲ ବ୍ୟବହାର ନହୁଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି । ଅନ୍ୟପଟେ ସେବାୟତ ବେଶରେ ଦର୍ପଦଳନ ରଥରେ ଅଣସେବକ ଚଢିଛନ୍ତି । ଏହା ଜଣାପଡିବା ପରେ ସେମାନଙ୍କୁ ରଥରୁ ଓହ୍ଲାଇଛି ପ୍ରଶାସନ । କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି । 


 

Sponsored
bahuda-jatra-update | Argus News