Videos
|
Odisha

କେବଳ ପୁରୀରେ ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କେବଳ ପୁରୀରେ ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

Key Points

କେବଳ ଶ୍ରୀକ୍ଷେତ୍ର ପୁରୀ ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ । କିଛି କିଛି ସ୍ଥାନରେ ମହାପ୍ରଭୁଙ୍କ ସୁନାବେଶ ବି ଅନୁଷ୍ଠିତ ହୋଇଛି । ଜଗାକୁ ଦେଖିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ।

କେବଳ ଶ୍ରୀକ୍ଷେତ୍ର ପୁରୀ ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । କିଛି କିଛି ସ୍ଥାନରେ ମହାପ୍ରଭୁଙ୍କ ସୁନାବେଶ ବି ଅନୁଷ୍ଠିତ ହୋଇଛି । ବାରିପଦା, ରେମୁଣା, ଚିଲିକା, ନୂଆପଡ଼ାର ଖଡ଼ିଆଳ ଭଳି ସ୍ଥାନରେ ବାହୁଡ଼ିଛନ୍ତି ମହାବାହୁ । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ-ମା ମନ୍ଦିରରେ 'ସୁନାବେଶ'ରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତି । ଦିଅଁମାନଙ୍କୁ ଗୋଟି ପହଣ୍ଡିରେ ବାହୁଡା ରଥକୁ ନିଆଯିବ । ଆସନ୍ତାକାଲି ଏବଂ ତହିଁ ପରଦିନ ୨ ଦିନ ଧରି ବାହୁଡା ରଥଟଣା କାର୍ଯ୍ୟ କରାଯିବ । ସେହିପରି ବାଲେଶ୍ବର ଜିଲ୍ଲା ରେମୁଣା ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ତିନି ଠାକୁରଙ୍କୁ ଗୋଟି ପହଣ୍ଡି ବିଧିରେ ରଥ ଉପରେ ବିଜେ କରାଇଥିଲେ ।


ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ରଥ ଟାଣିଥିଲେ । ସେହିପରି ଜଗତର ନାଥ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଚିଲିକାର ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଛି । ସାରା ବିଶ୍ବରେ ସବୁଠି ସ୍ଥଳ ପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠି କିନ୍ତୁ ଜଳପଥରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା । ଚିଲିକା ବ୍ଲକ ଅଧିନସ୍ଥ ନଈରୀ ଗାଁର ଚିଲିକା ମଧ୍ୟରେ ଥିବା ଏକ କୁଦରେ ରହିଛି ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ "କାଙ୍କଣ ଶିଖରୀ" ଧାମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚିଲିକାର ନୀଳ ଜଳରାଶି ହୋଇଥାଏ ବଡ଼ଦାଣ୍ଡ ଏବଂ ଚିଲିକା ଢେଉରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ବିରଳ ବାହୁଡା ଯାତ୍ରା । ସେପଟେ ନୂଆପଡ଼ା ଜିଲ୍ଲା ସିନାପାଲି ସୀମାନ୍ତ ସହରରେ ହଜାର ହଜାର ଭକ୍ତଙ୍କ ଭିଡ଼ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମଧୁସୂଦନ ଦାସ ବାହୁଡା଼ ଯାତ୍ରା ରେ ସାମିଲ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଲାଭ କରିଥିଲେ । ଏହି ଯାତ୍ରାରେ ସୀମାନ୍ତ ଛତିଶଗଡ଼, ପଡ଼ୋଶୀ ଜିଲ୍ଲାରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ଏଠାକୁ ।

bahuda-yatra-is-being-held-not-only-in-puri-but-also-in-various-parts-of-the-state | Argus News