Videos
|
Odisha

ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ରଥକୁ ଆସିଲେ ସୁଦର୍ଶନ

Ritu Das
Browse all articles by Ritu Das
·1 year ago·1 min read
ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ରଥକୁ ଆସିଲେ ସୁଦର୍ଶନ

Key Points

ଜନ୍ମବେଦୀରୁ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ

ଧାଡ଼ି ପହଣ୍ଡିରେ ରଥକୁ ପ୍ରଥମେ ପହଣ୍ଡି ହୋଇ ଆସିଲେ ସୁଦର୍ଶନ

ପହଣ୍ଡି ପରେ ରଥ ଉପରେ ବିଜେ କରିଛନ୍ତି ସୁଦର୍ଶନ

ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ। ଧାଡ଼ି ପହଣ୍ଡିରେ ରଥକୁ ପ୍ରଥମେ ପହଣ୍ଡି ହୋଇ ଆସିଲେ ସୁଦର୍ଶନ। ପହଣ୍ଡି ପରେ ରଥ ଉପରେ ବିଜେ କରିଛନ୍ତି ସୁଦର୍ଶନ। ଏହାପରେ ରଥରେ ଜଣକ ପରେ ଜଣେ ବିଜେ କରିବେ। ବାହୁଡ଼ା ଯାତ୍ରା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ସମସ୍ତେ ମହାପ୍ରଭୁଙ୍କ ରଥ ଟାଣିବାକୁ ଅପେକ୍ଷା କରି ରହିଛନ୍ତି। ଶରଧାବାଲିରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ କମ୍ପୁଛି।


ବାହୁଡ଼ା ଯାତ୍ରା ପାଇଁ ସବୁ ନୀତି ଶୀଘ୍ର ଚାଲିଛି। ଅପରାହ୍ନ ସୁଦ୍ଧା ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବାହୁଡ଼ା ଯାତ୍ରା ପାଇଁ ଶନିବାର ଭୋର ୪ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମଙ୍ଗଳ ଆଳତି, ଏହାପରେ ଗୋପାଳବଲ୍ଲଭ ପୂଜା ଓ ସକାଳଧୂପ ସହ ଖେଚୁଡ଼ି ଭୋଗ ନୀତି ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ତଦାରଖ କରିବାପାଇଁ ଅନେକ ମାତ୍ରାରେ ଫୋର୍ସ ମୁତୟନ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bahuda-yatra-the-procession-begins-sudarshan-arrives-first-in-the-rath | Argus News