Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଜେ ମରି ମଧ୍ୟ ଶହଶହ ଜୀବନ ବଞ୍ଚାଇଛନ୍ତି ବାଇଧର

Sangram Tripathy
Browse all articles by Sangram Tripathy
·1 year ago·2 min read
ନିଜେ ମରି ମଧ୍ୟ ଶହଶହ ଜୀବନ ବଞ୍ଚାଇଛନ୍ତି ବାଇଧର


ଅର୍ଗସ ବ୍ୟୁରୋ:ତାଳଗଛ ଗୁଡିକ ଆକାଶକୁ ଚାହିଁଛନ୍ତି,ଧାଡିଧାଡି ହୋଇ ଛିଡା ହୋଇଛନ୍ତି,ଏମିତି ଲାଗୁଛି ଯେମିତି କାହାକୁ ଅପେକ୍ଷା କରିଛନ୍ତି। ଏଇ ଯେମିତି କେହି ଜଣେ ତାଙ୍କର ଆପଣାର ମଣିଷଙ୍କୁ। ହଁ ଆଜ୍ଞା,ରାସ୍ତା କଡର ଏଇ ଗଛମାନେ ଅପେକ୍ଷା କରିଛନ୍ତି ତାଙ୍କ ତାଳଗଛମାନଙ୍କର ସାଥୀ ବାଇଧର ସେଠୀଙ୍କୁ । ବାଇଧର ଆଉ ଫେରିବେନି, ଚାଲିଯାଇଛନ୍ତି ଅଫେରା ରାଇଜକୁ,କିନ୍ତୁ ନିଜେ ମରି ମଧ୍ୟ ରାସ୍ତାକଡରେ ଶହଶହ ତାଳଗଛମାନ ଲଗାଇ ଅନେକଙ୍କ ଜୀବନ ବଞ୍ଚାଇଦେଇଯାଇଛନ୍ତି ପ୍ରକୃତିର ବନ୍ଧୁ ତଥା ତାଳଗଛସାଥୀଙ୍କ ସାଥି ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ଗ୍ରାମପଞ୍ଚାୟତର ଜଳହରି ଗାଁର ବାଇଧର ସେଠୀ। ଜଳହରି ଗାଁ ଚାରିପାଖେ ବ୍ରଜାପାତରୁ ରକ୍ଷା ପାଇବା ପାଇଁ ସେ ଲଗାଇଦେଇ ଯାଇଛନ୍ତି ୨ଶହରୁ ଉର୍ଦ୍ଦ ତାଳଗଛ,ଯାହା ଗାଁ ପାଇଁ ସୁରକ୍ଷା କବଜ ସାଜିଛି। ଅନେକ ବିପଦରୁ ଗାଁକୁ ରକ୍ଷା କରୁଛି । ବୃକ୍ଷ ପ୍ରେମୀ ବାଇଧର ଇହଧାମ ଛାଡି ଚାଲିଯାଇଥିଲେ ମଧ୍ୟ ତାଙ୍କର ସେ ସ୍ଵେଚ୍ଛାକୃତ ମହାନ କାର୍ଯ୍ୟ ଆଜି ଅନେକଙ୍କ ଜୀବନ ବଞ୍ଚାଉଛି। ଅନ୍ୟମାନଙ୍କୁ ତାଲଗଛ ଲଗାଇବାକୁ ପ୍ରେରଣା ଦେଉଛି।

ବାଇଧରଙ୍କ ପତ୍ନୀ ତାଙ୍କୁ ନେଇ  ଏନେଇ ଗର୍ବ ଅନୁଭବ କରନ୍ତି ବୋଲିକହନ୍ତି,ବାଇଧରଙ୍କ ପୁଅ ନଥିଲେ ବେଳେ ତାଙ୍କ ପତ୍ନୀ ଆଜି ତାଙ୍କ ସ୍ବାମୀ ପରି ଗଛ ମାନଙ୍କ ଯତ୍ନ ନେଉଛନ୍ତି। କିନ୍ତୁ ତାଳଗଛମାନଙ୍କ ଅଧିକ ରକ୍ଷଣାବେକ୍ଷଣାର ଆବଶ୍ୟକତା ପଡୁଛି ବୋଲି ମଧ୍ୟ କହନ୍ତି ତାଙ୍କ ପତ୍ନୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ,ସରକାର ଏ ଦିଗରେ ମଧ୍ୟ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଓଡ଼ିଶାରେ ଦିନକୁ ଦିନ ତାଳଗଛ ସଂଖ୍ୟ କମୁଥିବାରୁ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଉଛି । ଯାହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ପିସିସିଏଫ୍ ।

ଏଣିକି ମନ ଇଚ୍ଛା କାଟି ପାରିବେନି ତାଳଗଛ ବନବିଭାଗ ଠାରୁ ନେବାକୁ ପଡିବ ଅନୁମତି ।  ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ଏଭଳି ନିୟମ କଡାକଡ଼ି କରାଯାଇଛି  । ଚଳିତ ବର୍ଷ ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ଲଗାଯିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ। ଆଜି ଯାହା ସରକାର ଭାବିଲେ,ଅନେକ ବର୍ଷ ପୂର୍ବରୁ ସେ କାର୍ଯ୍ୟା କରିଥିଲେ ସେ, ଆଜିବି ସଭିଏଁ ମନେ ପକାଉଛନ୍ତି ତାଲଗଛ ସାଥୀ ବାଇଧରଙ୍କୁ,ମରିବି ଆଜିବି ସେ ଅମର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baidhar has saved hundreds of lives even after dying himself | Argus News