ଅଢେଇ କୋଟିରୁ ଅଧିକ ଜବତ ପରେ ବୈକୁଣ୍ଠ ହେଲେ ଗିରଫ

Key Points
ଚାକିରୀର ଶେଷ ଦିନରେ ଶନିଦଶା
ଆଜି ଚାକିରୀରୁ ନେଇଥାନ୍ତେ ଅବସର
ହେଲେ ଜେଲର ଚାରି କାନ୍ଥ ଭିତରେ କଟିବ ଦିନ
ଅଢେଇକୋଟିରୁ ଅଧିକ ଜବତ ପରେ ବୈକୁଣ୍ଠ ହେଲେ ଗିରଫ
ବ୍ରହ୍ମପୁରରେ ଚାକିରର ଶେଷ ଦିନରେ ଭିଜିଲାନ ହାବୁଡରେ ପଡିଲେ ଯନ୍ତ୍ରୀ
ଭିଜିଲାନ୍ସକୁ ଦେଖି ଝରକା ବାଟେ ବିଡି ବିଡା ନୋଟ ଫିଙ୍ଗିଦେଇଥିଲେ ବାବୁ ବୈକୁଣ୍ଠ ନାଥ ଷଡଙ୍ଗୀ... ଆଜି ଥିଲା ତାଙ୍କ ଚାକିରୀର ଶେଷ ଦିନ.. ବିଦାୟୀକାଳିନ ସମ୍ବର୍ଦ୍ଦନା ନେଇଥାନ୍ତେ ବୈକୁଣ୍ଠ.. ହେଲେ ଜେଲର ଚାରିକାନ୍ଥ ଭିତରେ କଟିବ ବୈକୁଣ୍ଠଙ୍କ ଦିନ.. ନଗଦ ଦୁଇ କୋଟି 56 ଲକ୍ଷ ଟଙ୍କାର ହିସାବ ଦେଇ ନ ପାରିବାରୁ ଆଜି ଭିଜିଲାନ୍ସ ବୈକୁଣ୍ଠଙ୍କୁ ଗିରଫ କରିଛି।
ଭୁବନେଶ୍ୱର RW ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଥିଲେ ବୈକୁଣ୍ଠ ନାଥ ଷଡ଼ଙ୍ଗୀ... ତିନିମାସ ହେବ ଥିଲେ ଭିଜିଲାନସର ସ୍କାନରରେ... ଶୁକ୍ରବାର ସକାଳେ ବୈକୁଣ୍ଠଙ୍କ 7ଟି ଠିକଣାରେ ରେଡ କରିଥିଲା ଭିଜିଲାନ୍ସ ଟିମ... 2 କୋଟି.56 ଲକ୍ଷ ଟଙ୍କା ଜବତ ସହ ଦୁଇଟି ଫ୍ଲାଟ, ଦୁଇଟି ବହୁତଳ କୋଠା, 7ଟି ଦାମୀ ପ୍ଲଟ, ଦେଢକୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ, 2.7କୋଟି ଟଙ୍କାର ମିୟୁଚୁଆଲ ଫଣ୍ଡ ଏବଂ ଇନ୍ସୁରାନ୍ସ, ଏକ କେଜିରୁ ଅଧିକ ସୁନା ଗହଣା ଏବଂ 15ଟି ଇମ୍ପୋଟେଡ଼ ଦାମୀ ହାତ ଘଣ୍ଟା ଜବତ କରିଥିଲା ଭିଜିଲାନ୍ସ
ସେପଟେ ଆଜି ଆଉ ଜଣେ ସରକାରୀ ବାବୁ ପଡିଛନ୍ତି ଭିଜିଲାନ୍ସ ପଞ୍ଝାରେ ... ଆଜି ଚାକିରୀରୁ ନେଇଥାନ୍ତେ ଅବସର | ତା ପୂର୍ବରୁ ବ୍ରହ୍ମପୁର R ଆଣ୍ଡ B ଡିଭିଜନର ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଏନ ଦିଲ୍ଲୀପ କୁମାର ଚୌଧୁରୀ ଆଜି ନେଇଥାନ୍ତେ ଚାକିରୀରୁ ଅବସର... ଦିଲ୍ଲୀପଙ୍କ 4ଟି ଠିକଣାରେ ରେଡ କରିଛି ଭିଜିଲାନ୍ସ | ବ୍ରହ୍ମପୁର ମୟୁରି ବିହାର ରେ ଗୋଟିଏ ୨ ମହଲା ଘର, ବ୍ରହ୍ମପୁର ଧର୍ମ ନଗରରେ 2BHK ଫ୍ଲାଟ, ଭୁବନେଶ୍ୱର ସହିଦନଗର ଦିଲ୍ଲୀପ କୁମାର ଚୌଧୁରୀ ଙ୍କ ରହିଛି 3BHK ଫ୍ଲାଟ | ଏହାସହ ବ୍ରହ୍ମପୁର ଏବଂ ଆଖପାଖ ଅଞ୍ଚଳରେ ରହିଛି 11ଟି ପ୍ଲଟ ...ବ୍ୟାଙ୍କ ବାଲାନ୍ସ ଏବଂ ଅନ୍ୟଡିପୋଜିଟ, ଇନଭେଷ୍ଟମେଣ୍ଟ ର ଖୋଳତାଡ଼ କରୁଛି ଭିଜିଲାନ୍ସ ।
ରାଜ୍ୟରେ ଦୁର୍ନୀତି ଓ ଲାଞ୍ଚ ଖୋର ଅଧିକାରୀଙ୍କ ଉପରେ ବାଜୁଛି ମୋହନ ସରକାର ଙ୍କ ଛାଟ | 11ମାସରେ ଭିଜିଲାନ୍ସ 218ଜଣ ନାଁ ରେ ମାମଲା ରୁଜୁ କରିଥିବା ବେଳେ | ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ 35ଜଣ ଙ୍କୁ ଗିରଫ କରାଯାଇଛି | ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ 12ଜଣ ଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ 13ଜଣ ଟ୍ରାପ ହୋଇଛନ୍ତି | ଗିରଫ ସରକାରୀ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି 60ଜଣ କ୍ଲାସ ୱାନ ଅଫିସର ଏବଂ 47ଜଣ କ୍ଲାସ ଟୁ ଅଫିସର ।