Videos
|
Odisha

ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ ଉପରେ ଚାଲିବ ବୁଲଡୋଜର

Smruti Parija
Browse all articles by Smruti Parija
·1 year ago·1 min read
ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ ଉପରେ ଚାଲିବ ବୁଲଡୋଜର

Key Points

ମାଟିରେ ମିଶିବ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ । ଆଜି ବୁଲିବ ବୁଲଡୋଜର, ଜବରଦଖଲକୁ ଉଚ୍ଛେଦ କରିବ ବିଡିଏ ।

ଭୁବନେଶ୍ୱର: ମାଟିରେ ମିଶିବ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ । ଆଜି ବୁଲିବ ବୁଲଡୋଜର, ଜବରଦଖଲକୁ ଉଚ୍ଛେଦ କରିବ ବିଡିଏ । ତା ପୂର୍ବରୁ ଆଶ୍ରମକୁ ଖାଲି କରାଯାଉଛି । ଆଜି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ଘୋଷଣା ହୋଇଛି । ତେବେ ବେଆଇନ ଭାବେ ସରକାରୀ ଜମି ଉପରେ ଗଢି ଉଠିଛି ସାମ୍ରାଜ୍ୟ । ଭୁବନେଶ୍ବର ଘାଟିକିଆ ଅଞ୍ଚଳରେ ବହୁ ବର୍ଷ ଧରି ସରକାରୀ ଜମିକୁ ହଡପ କରି ବୈକୁଣ୍ଠ ଧାମ ଆଶ୍ରମ କରିଥିଲେ ବାବା କାଶୀନାଥ। ପୁଅକୁ କଳକୀ ଅବତାର ସଜେଇ ଲୋକଙ୍କୁ ଭୁତାଇ ଚାଲିଥିଲେ ବାବା କାଶୀନାଥ ।


ହାଇକୋର୍ଟରେ ମିଛ ତଥ୍ୟ ଦେଇ ଜବରଦଖଲ ଉଚ୍ଛେଦ ଉପରେ ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । କିନ୍ତୁ ରହିତାଦେଶ ଉଠାଇବା ପରେ ପୁଣିଥରେ ଆଶ୍ରମ ଭାଙ୍ଗିବାକୁ ପ୍ରସ୍ତୁତ ହୋଇସାରିଛି ବିଡିଏ । ସେପଟେ ଏବେ ବି ଫେରାର ଅଛନ୍ତି ବାବା କାଶୀନାଥଙ୍କ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Baikuntha Dham ashram of Bhubaneswar to be demolished | Argus News