ବୈତରଣୀ ନଦୀରେ ବନ୍ୟା ସ୍ଥିତି
·10 months ago·1 min read

Key Points
ଚଳିତ ବର୍ଷର ତୃତୀୟ ଥର ପାଇଁ ବୈତରଣୀ ନଦୀରେ ବନ୍ୟା
ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ
ସକାଳ ୬ଟା ସୁଦ୍ଧା ୧୮.୫୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ
ଫୁଲୁଛି ବୈତରଣୀ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଚଳିତ ବର୍ଷ ତୃତୀୟ ଥର ପାଇଁ ଆସିଛି ବନ୍ୟା ଜଳ । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ସକାଳ ୯ଟା ସୁଦ୍ଧା ବିପଦ ସଙ୍କେତ ଟପି ୧୮.୫୧ ମିଟରରେ ପ୍ରବାହିତ ହେଉଛି ବୈତରଣୀ ନଦୀ। ନଦୀର ଜଳସ୍ତର ବୃଦ୍ଧି ହେବା ସହ କଣ୍ଟିଘାଇ ଏସ୍କକେଫ୍ ଦେଇ ଧିରେ ଧିରେ ଜନ ବସତି ଆଡକୁ ବନ୍ୟାଜଳ ପ୍ରବେଶ କରୁ ଥିବାର ଦେଖାଯାଇଛି l ସେହିପରି ଏସ୍କକେଫ୍ ଦେଇ ବନ୍ୟାଜଳ ପ୍ରବେଶ କରୁଥିବାରୁ ଆଖପାଖ ଗାଁ ମାଳଦା, ଷୋଳମପୁର, କୁରିଗାଁ, ନପଙ୍ଗ, ରହଣିଆ ଆଦି ଗାଁ ଜଳମଗ୍ନ ହେବାର ଆଶଙ୍କା କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: