Videos
|
Odisha

ବିପଦ ସଙ୍କେତ ନିକଟତର ପହଞ୍ଚିଲାଣି ବୈତରଣୀ

Ritu Das
Browse all articles by Ritu Das
·1 year ago
ବିପଦ ସଙ୍କେତ ନିକଟତର ପହଞ୍ଚିଲାଣି ବୈତରଣୀ

Key Points

ସତର୍କ ସଙ୍କେତ ପାଖାପାଖି ପହଞ୍ଚିଲାଣି ବୈତରଣୀ ନଦୀର ଜଳସ୍ତର

ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ଥିବା ବେଳେ

ରାତି ୮ଟା ସୁଦ୍ଧା ୧୮.୦୯ ମିଟରରେ ପ୍ରବାହିତ ହେଉଛି

ଲଗାଣ ବର୍ଷା ପରେ ସତର୍କ ସଙ୍କେତ ପାଖାପାଖି ପହଞ୍ଚିଲାଣି ବୈତରଣୀ ନଦୀର ଜଳସ୍ତର। ଭଣ୍ଡାରିପୋଖରୀ ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ଥିବା ବେଳେ ରାତି ୮ଟା ସୁଦ୍ଧା ୧୮.୦୯ ମିଟରରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ। ତେବେ ରାତି ତମାମ ବର୍ଷା ଲାଗି ରହିଲେ ନଦୀର ଜଳସ୍ତର ବୃଦ୍ଧି ନେଇ ଆଶଙ୍କା କରାଯାଉଛି।


ସେପଟେ ନଦୀର ଜଳସ୍ତର ଆସ୍ତେ ଆସ୍ତେ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ପୁଣି ଥରେ ନଦୀକୂଳିଆ ଲୋକ ମାନଙ୍କ ମଧ୍ୟରେ ଗୋଟିଏ ପ୍ରକାର ଛନକା ପଶିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ନେଇ ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
baitarani-river-is-in-near-danger-situation | Argus News