Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶରଧାବାଲି ଅଭିମୁଖେ ବାହାରିଲେ ବଡ଼ ଠାକୁର, ତାପରେ ଭଉଣୀ ସୁଭଦ୍ରା.. ଶେଷରେ ମହାପ୍ରଭୁ ଜଗନ୍ନାଥ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଶରଧାବାଲି ଅଭିମୁଖେ ବାହାରିଲେ ବଡ଼ ଠାକୁର, ତାପରେ ଭଉଣୀ ସୁଭଦ୍ରା.. ଶେଷରେ ମହାପ୍ରଭୁ ଜଗନ୍ନାଥ

Key Points

ତାଳଧ୍ୱଜଙ୍କୁ ଟାଣିଟାଣି ନେବା ବେଳେ ଭକ୍ତମାନେ ହରିବୋଲ ଓ ହୁଳହୁଳିରେ କମ୍ପନ ସୃଷ୍ଟି କରୁଛନ୍ତି।

ବହୁ ସମୟ ଧରି ଅପେକ୍ଷାରେ ଥିବା ଭକ୍ତମାନେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ରଙ୍କ ରଥକୁ ଟାଣିଟାଣି ନେଇଛନ୍ତି।

ଆରମ୍ଭ ହେଲା ରଥ ଟଣା । ପ୍ରଥମେ ଶରଧାବାଲି ଅଭିମୁଖେ ବାହାରିଲେ ବଡ଼ ଠାକୁର ବଳଭଦ୍ର । ହଜାର ହଜାର ଶ୍ରଦ୍ଧାଳୁ ତାଙ୍କ ରଥକୁ ଟାଣି ନେଉଛନ୍ତି ଶରଧାବାଲି ଆଡ଼କୁ । ଘଣ୍ଟ ଘଣ୍ଟା କାହାଳି ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା। ତାପରେ ଗଡ଼ିଥିଲା ରଥ ।

ପ୍ରଥମେ ବଡ଼ଠାକୁରଙ୍କ ରଥ ଟଣା ଯିବା ପରେ ଦ୍ୱିତୀୟରେ ମା ସୁଭଦ୍ରାଙ୍କ ରଥ ଟଣାଯିବ । ଶେଷରେ କାଳିଆର ନନ୍ଦିଘୋଷ ଟାଣିବେ ଭକ୍ତ । ସବୁଠାରୁ ଶେଷରେ ଝୁଲି ଝୁଲି କାଳିଆ ପହଞ୍ଚିବ ଶରଧାବାଲିରେ । ବର୍ଷକୁ ଥରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ବାହାରକୁ ଆସିଛନ୍ତି ।

ତେବେ ତାଳଧ୍ୱଜଙ୍କୁ ଟାଣିଟାଣି ନେବା ବେଳେ ଭକ୍ତମାନେ ହରିବୋଲ ଓ ହୁଳହୁଳିରେ କମ୍ପନ ସୃଷ୍ଟି କରୁଛନ୍ତି। ବହୁ ସମୟ ଧରି ଅପେକ୍ଷାରେ ଥିବା ଭକ୍ତମାନେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ରଙ୍କ ରଥକୁ ଟାଣିଟାଣି ନେଇଛନ୍ତି।

ଆଜି ମହାପ୍ରଭୁ ଟାହିଆ ହଲେଇ ହଲେଇ ରତ୍ନବେଦୀରୁ ଭକ୍ତଙ୍କ ମେଳକୁ ଆସିଲେ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜି ଥିଲେ । ଏହା ପରେ ବଡ଼ ଠାକୁର ବଳଦେବ ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିରାଜିଥିଲେ । ଏହାପରେ ଦେବୀ ସୁଭଦ୍ରା ପହଣ୍ଡିରେ ଆସିଥିଲେ । ଆଉ ଶେଷରେ ଜଗତର ନାଥ ଜଗନ୍ନାଥ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ ।

ଶ୍ରୀଜିଉଙ୍କ ଏହି ୯ ଦିନିଆ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ ଅଭିମୁଖେ ବାହାରିଛନ୍ତି।

ସେପଟେ ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର । ଜଳ, ସ୍ଥଳ ଓ ଆକାଶମାର୍ଗରୁ ନଜର ରହିଛି । ଏଥର ରଥଯାତ୍ରା ବେଳେ ମୁତୟନ ହୋଇଛନ୍ତି NSG ସ୍ନାଇପର୍ସ, ସୁରକ୍ଷା ନିୟନ୍ତ୍ରଣ ପାଇଁ ଅଛନ୍ତି ପ୍ରାୟ ୧୦ ହଜାର ପୋଲିସ । ଭୁବନେଶ୍ୱର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ୱାଡ୍ ବି ତୀକ୍ଷଣ ନଜର ରଖିଛନ୍ତି । ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balabhadra left for Sharadhabali, then his sister Subhadra.. and finally Lord Jagannath. | Argus News