Videos
|
Odisha

Balanga Case: ନାବାଳିକା ପୋଡ଼ି ଘଟଣାରେ ବଡ଼ ଖୁଲାସା, ଜଣାପଡିଲା କିଏ ଲଗାଇଥିଲା ନିଆଁ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Balanga Case: ନାବାଳିକା ପୋଡ଼ି ଘଟଣାରେ ବଡ଼ ଖୁଲାସା, ଜଣାପଡିଲା କିଏ ଲଗାଇଥିଲା ନିଆଁ ?

Key Points

ବଳଙ୍ଗା ପୀଡିତାଙ୍କୁ କେହି ଲଗାଇ ନାହାଁନ୍ତି ନିଆଁ
ନିଜେ ନିଜକୁ ପୋଡ଼ି ଦେଇଛନ୍ତି ବଳଙ୍ଗା ନାବାଳିକା
'ପୋଲିସ କହିଲା ତଦନ୍ତର ଶେଷ ପର୍ଯ୍ୟାୟରେ ପହଁଚିସାରିଛୁ'
'ଘଟଣାରେ ନାହିଁ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି'
ରାଜନୀତି ଜୋର୍, ସମ୍ବେଦନହୀନ ନହେବାକୁ ପୋଲିସର ପରାମର୍ଶ

ବଳଙ୍ଗା ନାବାଳିକା ପୋଡି ଘଟଣାରେ ପୋଲିସର ବଡ଼ ଖୁଲାସା । ଜଣା ପଡିଗଲା କିଏ ଲଗାଇଥିଲା ପୀଡିତାଙ୍କୁ ନିଆଁ ? ପୋଲିସ ଡିଜିପିଙ୍କ ଠାରୁ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରୁଥିବା ବେଳେ ପରଦା ଉପରୁ ପୋଲିସ ହଟାଇଲା ପରଦା । କହିଲା ନାବାଳିକା ପୋଡି ଘଟଣାରେ କାହାରି ନାହିଁ ସଂପୃକ୍ତି । ଦୀର୍ଘଦିନ ଧରି ପୋଲିସ ପକ୍ଷରୁ ନିଷ୍ଠାର ସହ କରାଯାଉଥିଲା ତଦନ୍ତ । ଆଉ ତଦନ୍ତର ଶେଷ ପର୍ଯ୍ୟାୟରେ ପହଁଚି ସାରିଛି ଓଡ଼ିଶା ପୋଲିସ ।


ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଇନଭେଷ୍ଟିଗେସନରୁ ସ୍ପଷ୍ଟ ଯେ ପୀଡିତାଙ୍କୁ ନିଆଁ ଲଗାଇବା ଘଟଣାରେ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ । ଜୁଲାଇ ୧୯ ଶନିବାର ନିଆଁ ଲାଗିଥିବା ବେଳେ ଅଗଷ୍ଟ ୨ ଶନିବାର ସଂଧ୍ୟାରେ ଆଖି ବୁଜିଛନ୍ତି ପୀଡିତା । ଆଉ ଏହି ଘଟଣାରେ ସବୁଠୁ ବଡ଼ ଖୁଲାସା କରିଛି ରାଜ୍ୟ ପୋଲିସ ।

ଯେତେବେଳେ ଘଟଣା ଘଟିଥିଲା ସେତେବେଳେ ପ୍ରଥମେ ପୀଡିତା ଯେଉଁ ବ୍ୟକ୍ତିଙ୍କ ଘରେ ପହଁଚିଥିଲେ । ସେହି ବ୍ୟକ୍ତି ଗଣମାଧ୍ୟମରେ କହିଥିଲେ ତିନିଜଣ ଦୁର୍ବୁତ୍ତ ତାଙ୍କୁ ନିଆଁ ଲଗାଇଦେଇଛନ୍ତି । ଯାହା ତାଙ୍କୁ ପୀଡିତା ହିଁ କହିଥିବା ଉକ୍ତ ବ୍ୟକ୍ତି କହିଥିଲେ । ଆଉ ଘଟଣାସ୍ଥଳରୁ ଗାଁ । ସମ୍ପର୍କୀୟଙ୍କ ଠୁ ସାଙ୍ଗସାଥୀ । ସୁନା ଦୋକାନରୁ ଛକ ବଜାର ସବୁଠି ତଦନ୍ତ କରିଥିଲା ପୋଲିସ । କିନ୍ତୁ କାହାରି କଥାରେ ତାଳମେଳ ନଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ନିଜେ ପୀଡିତା ମଧ୍ୟ ୫ ଥର ବୟାନ ଦେଇଥିବାବେଳେ ସବୁ ବୟାନରେ ବଦଳୁଥିଲା କଥା । ଯାହା ତଦନ୍ତରେ ସୃଷ୍ଟି କରିଥିବା ବଡ଼ ଫାଟ । ସରକାର ଘଟଣାକୁ ଗୁରୁତର ସହ ନେଇ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ପିଡୀତାଙ୍କୁ ପଠାଇଥିଲେ । ଆଉ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବା ବେଳେ ହଠାତ୍ ବିଗିଡିଯାଇଥିଲା ସ୍ୱାସ୍ଥ୍ୟବସ୍ଥା । ଆଖି ବୁଜିଥିଲେ ବଳଙ୍ଗା ପୀଡିତା । ଘଟଣାକୁ ନେଇ ରାଜନୀତି ଜୋର ଧରୁଥିବା ବେଳେ ପୋଲିସ କରିଛି ବଡ଼ ଖୁଲାସା । ଆଉ କହିଛି ତଦନ୍ତରେ ନାହିଁ କାହାରି ସଂପୃକ୍ତି ।


ତେବେ କଣ ପିଡୀତା ନିଜେ ହିଁ ନେଇଥିଲେ ଏଭଳି ନିଷ୍ପତ୍ତି ?

Balanga Case: Big revelation in the incident of burning a minor girl, who set the fire? | Argus News