Balanga Case: ବଦଳୁଥିଲା ପୀଡ଼ିତାଙ୍କ ବୟାନ, ହଠାତ୍ ବଦଳିଗଲା ସ୍ୱାସ୍ଥ୍ୟବସ୍ଥା !

Key Points
ଜଳିଥିଲେ ଶନିବାର, ଆଖି ବୁଜିଲେ ଶନିବାର
ଭାର୍ଗଭୀ ନନ୍ଦିବନ୍ଧରୁ ଏଯାଏଁ ଲିଭିନି ଦାଗ
ଧରାପଡି ନାହାଁନ୍ତି ଦୁର୍ବୁତ୍ତ, ବଦଳୁଥିଲା ବୟାନ
ସୁସ୍ଥ ହେଉଥିଲେ ନାବାଳିକା, ହଠାତ୍ ବଦଳିଗଲା ସ୍ୱାସ୍ଥ୍ୟବସ୍ଥା
ଖବର ଆସିଲା ଆଉ ନାହାଁନ୍ତି ବଳଙ୍ଗା ପୀଡିତା
ସେଦିନ ବି ଥିଲା ଶନିବାର । ହେଲେ ତାହା ଥିଲା ସକାଳ ୮ଟା ୩୦ ମିନିଟ୍ । ଭାର୍ଗବୀ ନଦୀବନ୍ଧ ତଳୁ ଅର୍ଧଦଗ୍ଧ ଅବସ୍ଥାରେ ଧାଇଁଥିଲେ ଜଣେ ଝିଅ । ପାଖରେ ଥିବା ଘରେ ପହଁଚି ବଞ୍ଚିବାକୁ ଭିକ୍ଷା ମାଗିଥିଲେ । ଆଉ କହିଥିଲେ ମୋତେ ତିନି ଦୁର୍ବୁତ୍ତ କିରୋସିନ୍ ଢାଳି ଜାଳିଦେଲେ । ବାସ୍ ତାପରେ ହୁଲୁସ୍ତୁଲ ସାରା ରାଜ୍ୟ ।
ପୋଲିସ ଡିଜିପିଙ୍କ ଠାରୁ କ୍ରାଇମବ୍ରାଞ୍ଚ । ସମସ୍ତେ ପଇଁତରା ମାରିଥିଲେ ସେହି ବଳଙ୍ଗାରେ । ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ୱତନ୍ତ୍ର ଫ୍ଲାଇଟ ଯୋଗେ ସରକାର ପଠାଇଥିଲେ । ଚିକିତ୍ସା ପାଇଁ ଗଠନ ହୋଇଥିଲା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଆଉ ଏପଟେ ଭିଜିଲାନ୍ସର ଦୁଇ ଜଣିଆ ଟିମ୍ ଦିଲ୍ଲୀରେ ପହଁଚି ପୀଡିତାଙ୍କ ତିନିଥର ବୟାନ ରେକର୍ଡ କରିଥିଲେ । ୧୪ ଦିନପରେ ହଠାତ ଖବର ଆସିଲା । ବିଗିଡୁଛି ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା । ଆଉ କିଛି ସମୟ ପରେ ବଳଙ୍ଗା ପୀଡିତା ମୃତ ବୋଲି ଘୋଷଣା କରିଥିଲା ଦିଲ୍ଲା ଏମ୍ସ । ଶୋକବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନିମାପଡ଼ା ନିର୍ବାଚନ ମଣ୍ଡଳୀର ବଳଙ୍ଗା ବାୟାବର ଅଞ୍ଚଳରେ ଘଟିଥିଲା ଏଭଳି ଜଘନ୍ୟ କାଣ୍ଡ । ଜୁଲାଇ ୧୯ ତାରିଖ ସକାଳ ୮.୩୦ରେ ଚହଳ ପଡ଼ିଥିଲା । ଯେତେବେଳେ ଜଳନ୍ତା ଅବସ୍ଥାରେ ନାବାଳିକା ଝିଅ ଜୀବନ ଭିକ୍ଷା କରୁଥିଲା । ରାଜ୍ୟ ରାଜନୀତି ମଧ୍ୟ ଉଠିଥିଲା ପଡିଥିଲା । ପ୍ରଥମେ ଘଟଣା ବିଷୟରେ କହିଥିଲେ ପିଡାତୀଙ୍କୁ ଉଦ୍ଧାର କରିଥିବା ଗ୍ରାମବାସୀ । ଆଉ ସେହି ଆଧାରରେ ପୋଲିସଠୁ କ୍ରାଇମବ୍ରାଞ୍ଚ ସମସ୍ତେ ଘଟଣାର ଛାନଭିନ ଆରମ୍ଭ କରିଥିଲେ ।
📱 Get Argus News App
✨ସୁନା ଦୋକାନଠୁ ଗ୍ୟାରେଜ । ପୀଡିତାଙ୍କ ସମ୍ପର୍କୀୟଙ୍କଠୁ ସାଙ୍ଗସାଥୀ ସମସ୍ତଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । କିନ୍ତୁ ଜଣାପଡିଥିଲା ପୀଡିତାଙ୍କ ବୟାନରେ ରହୁନଥିଲା ତାଳମେଳ । ଚାରି ଚାରି ଥର ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲେ ସୁଦ୍ଧା ବୟାନରେ ତାଳମେଳ ରହିନଥିଲା । ଆଉ ଏପଟେ ପୋଲିସ ମଧ୍ୟ ତଦନ୍ତର ଶେଷ ସୋପାନରେ ପହଁଚି ପାରିନଥିଲା । ଘଟଣାକୁ ଦୁଇ ସପ୍ତାହ ବିତିଥିଲେ ସୁଦ୍ଧା ଏବେ ଯାଏଁ ହାତ ଖାଲି କରି ବସିଛି ପୋଲିସ । ଆଉ ଏପଟେ ପୀଡିତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।