Videos
|
Odisha

ବଳଙ୍ଗା ଘଟଣା: ଦୁର୍ବୃତ୍ତଙ୍କୁ ଧରିବାକୁ ରାତି ସାରା ବିଭିନ୍ନ ସ୍ଥାନରେ ଚଢାଉ

Rashmita Mishra
Browse all articles by Rashmita Mishra
·1 year ago·1 min read
ବଳଙ୍ଗା ଘଟଣା: ଦୁର୍ବୃତ୍ତଙ୍କୁ ଧରିବାକୁ ରାତି ସାରା ବିଭିନ୍ନ ସ୍ଥାନରେ ଚଢାଉ

Key Points

ପୁରୀ ବଳଙ୍ଗାରେ ନାବାଳିକାକୁ ଜାଳିଦେବା ଘଟଣା

ପୀଡ଼ିତାଙ୍କ ଗାଁ ସହ ପାଖ ଗାଁ ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା

୨୦ରୁ ଅଧିକ ବ୍ୟକ୍ତିଙ୍କୁ ଥାନାକୁ ଡାକି ପଚରାଉଚରା

ଦୁର୍ବୃତ୍ତଙ୍କୁ ଧରିବାକୁ ରାତି ସାରା ବିଭିନ୍ନ ସ୍ଥାନରେ ଚଢାଉ

ପୁରୀ ବଳଙ୍ଗାରେ ନାବାଳିକାକୁ ଜାଳିଦେବା ଘଟଣା । ଘଟଣା ସମ୍ପର୍କରେ ଜାଣିବା ପାଇଁ ପୀଡ଼ିତାଙ୍କ ଗାଁ ସହ ପାଖ ଗାଁ ଲୋକ ଏବଂ ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ପଚରାଉଚୁରା । ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଥାନାକୁ ଡାକି ପଚରାଉଚରା କରିଛି ପୋଲିସ । ଆଜି ପୁଣି କିଛି ଲୋକଙ୍କୁ ଥାନାକୁ ଡାକିଛି ବଳଙ୍ଗା ପୋଲାସ । ଦୁର୍ବୃତ୍ତଙ୍କୁ ଧରିବାକୁ ରାତି ସାରା ବିଭିନ୍ନ ସ୍ଥାନରେ ଚଢାଉ କରିଛି ସ୍ପେଶାଲ ସ୍କ୍ବାଡ୍ ।

ସେପଟେ ବଳଙ୍ଗା ନାବାଳିକାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ଭୁବନେଶ୍ବର ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସଙ୍କ ତତ୍ତ୍ବାବଧାନରେ ୧୪ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରୁଛନ୍ତି। ସରକାରଙ୍କ ତରଫରୁ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରାଯାଉଛି। ଶରୀରର ୭୦ ଭାଗ ଜଳିଯାଇଛି। ଥାର୍ଡ ଡିଗ୍ରି ବର୍ଣ୍ଣ ହୋଇଥିବା କାରଣରୁ ଆଗାମୀ ୪୮ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ରହିଛି। ରକ୍ତଚାପ କମ୍‌ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
balanga-incident-raids-carried-out-at-various-places-throughout-the-night-to-arrest-the-culprits | Argus News