Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉନ୍ନତ ଚିକିତ୍ସା ପାଇଁ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ କରାଗଲା ଏୟାରଲିଫ୍ଟ

Rashmita Mishra
Browse all articles by Rashmita Mishra
·12 months ago·2 min read
ଉନ୍ନତ ଚିକିତ୍ସା ପାଇଁ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ କରାଗଲା ଏୟାରଲିଫ୍ଟ

Key Points

ଉନ୍ନତ ଚିକିତ୍ସା ପାଇଁ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମସ୍ କରାଗଲା ଏୟାରଲିଫ୍ଟ

ସ୍ବତନ୍ତ୍ର ଆମ୍ବୁଲାନ୍ସରେ କଡ଼ା ସୁରକ୍ଷାରେ ଭୁବନେଶ୍ବର ଏମ୍ସରୁ ନାବାଳିକାଙ୍କୁ ନେଲେ ଡାକ୍ତରୀ ଟିମ୍

ଗ୍ରୀନ୍ କରିଡରରେ ପୀଡ଼ିତାଙ୍କୁ ଏମ୍ସରୁ ବିମାନ ବନ୍ଦର ନିଆଯାଇଛି


ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇଛି । ଏହି ସମୟରେ ସହରର ଟ୍ରାଫିକ୍ ତଦାରଖ କରିଛନ୍ତି ଖୋଦ୍ ଟ୍ରାଫିକ୍ ଡିସିପି । ପୀଡ଼ିତାଙ୍କୁ ମାତ୍ର ୧୦ ମିନିଟରେ ବିମାନବନ୍ଦରରେ ପହଞ୍ଚାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମରୁ ୩ ରୁ ୪ ଜଣ ଡାକ୍ତର ପୀଡ଼ିତାଙ୍କ ସହ ଦିଲ୍ଲୀ ଯାଉଥିବା

ସୂଚନା ରହିଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ହେଁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା କୁହାଯାଇଛି । ତେବେ ଗ୍ରୀନ୍ କରିଡରରେ ପୀଡ଼ିତାଙ୍କୁ ଏମ୍ସରୁ ବିମାନ ବନ୍ଦର ନିଆଯାଇଛି । ଏହି ସମୟରେ ରାଜଧାନୀ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖାଲି ଥିଲା । ଆମ୍ବୁଲାନ୍ସ ସହ ଗ୍ରୀନ୍ କରିଡରରେ ୧୫ ଟି ଗାଡ଼ି ଯାଇଥିବା ସୂଚନା ।

ପୀଡ଼ିତାଙ୍କ ସହ ତାଙ୍କ ପରିବାର ମଧ୍ୟ ଦିଲ୍ଲୀ ଏମ୍ସ ଯାଇଛନ୍ତି । ଏପଟେ ଘଟଣାସ୍ଥଳରେ ଜୋରଦାର ତଦନ୍ତ ଚଳାଇଛି ପୁଲିସ । ବଳଙ୍ଗା ଥାନା ଘେରାଉ କରି ନାବାଳିକାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛି ବିଜେଡି । ଶନିବାର ସକାଳୁ ପୀଡ଼ିତା ତାଙ୍କ ସାଙ୍ଗ ଘରକୁ ଯିବାବେଳେ ୩ ଜଣ ଯୁବକ ତାଙ୍କୁ ବଳପୂର୍ବକ ଟେକି ନେଇ ତାଙ୍କ ଦେହରେ କେରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ସ୍ଥାନୀୟ କିଛି ଲୋକଙ୍କ ପାଇଁ ରକ୍ଷା ପାଇଥିଲେ ପୀଡ଼ିତା । ଏହାପରେ ତାଙ୍କୁ ତୁରନ୍ତ ପିପିଲି ହସ୍ପିଟାଲ ଏବଂ ସେଠାରୁ ଭୁବନେଶ୍ବର ଏମ୍ସକୁ ନିଆଯାଇଥଲା । ଏହାକୁ ନେଇ ବିରୋଧୀ ଏମ୍ସ ଆଗରେ ହଙ୍ଗାମା କରିଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରିବାକୁ ଦାବି କରିଥିଲେ । ଆଜି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
balanga-patient-airlifted-to-delhi-aiims-for-better-treatment | Argus News