ଭୁବନେଶ୍ବରରୁ ଦିଲ୍ଲୀ ଏମ୍ସକୁ ନିଆଯିବ ବଳଙ୍ଗା ପୀଡ଼ିତାଙ୍କୁ
·1 year ago·1 min read

Key Points
ଏମ୍ସରୁ ଏୟାର ଲିଫ୍ଟ ହେବେ ବଳଙ୍ଗା ନାବାଳିକା
ଭୁବନେଶ୍ବରରୁ ଦିଲ୍ଲୀ ଏମ୍ସକୁ ନିଆଯିବେ ପୀଡ଼ିତା
ଅର୍ଗସକୁ ପୀଡ଼ିତାଙ୍କ ଭାଇଙ୍କ ସୂଚନା
୨ରୁ୩ ଘଣ୍ଟା ମଧ୍ୟରେ କରାଯିବ ଏୟାରଲିଫ୍ଟ
ଏୟାରଲିଫ୍ଟ ହେବେ ପୀଡ଼ିତା । ଏମ୍ସରୁ ଏୟାର ଲିଫ୍ଟ ହେବେ ବଳଙ୍ଗା ନାବାଳିକା ! ଭୁବନେଶ୍ବରରୁ ଦିଲ୍ଲୀ ଏମ୍ସକୁ ନିଆଯିବେ ପୀଡ଼ିତା ! ଅର୍ଗସକୁ ପୀଡ଼ିତାଙ୍କ ଭାଇଙ୍କ ସୂଚନା । ୨ ରୁ ୩ ଘଣ୍ଟା ମଧ୍ୟରେ କରାଯିବ ଏୟାରଲିଫ୍ଟ - ପୀଡ଼ିତାଙ୍କ ଭାଇ ଏବଂ `ପରିବାରର ଜଣେ ପୀଡ଼ିତାଙ୍କ ସହ ଦିଲ୍ଲୀ ଏମ୍ସ ଯିବେ' ।
ଯେହେତୁ ତାଙ୍କ ଶରୀର ୭୦ ରୁ ୭୫% ପୋଡ଼ିଯାଇଛି କିଭଳି ଭଲ ଚିକିତ୍ସା ପ୍ରଦାନ କରା ଯାଇ ପାରିବ ସେଥିପାଇଁ ତାଙ୍କୁ ଏୟାର ଲିଫ୍ଟ କରାଯିବ । କାଗଜ ପତ୍ର କାମ ସରିଛି ଆଉ କିଛି ଘଣ୍ଟାରେ ଏୟାର ଲିଫ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ପୀଡ଼ିତାଙ୍କ ଭାଇ। ବର୍ତ୍ତମାନ କିଡନୀ, ହାର୍ଟ କାଲି ଅପେକ୍ଷା ଭଲ ଅଛି, କିନ୍ତୁ ଫୁସଫୁସ ଅବସ୍ଥା ଭଲ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: