Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହୋଇଛି ଶେଷକୃତ୍ୟ

Ritu Das
Browse all articles by Ritu Das
·11 months ago·2 min read
ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହୋଇଛି ଶେଷକୃତ୍ୟ

Key Points

ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହୋଇଛି ଶେଷକୃତ୍ୟ

ବଳଙ୍ଗା ପୀଡିତା ମୃତ୍ୟୁ ପରେ ତେଜିଲା ରାଜନୀତି

ରାଜଧାନୀରେ ବିକ୍ଷୋଭ କଲା କଂଗ୍ରେସ, ନିମାପଡାରେ କରିବ ପଦଯାତ୍ରା

୭ ତାରିଖରେ ପୁରୀରେ 6 ଘଣ୍ଟିଆ ହରତାଳ ଡାକରା ଦେଲା ବିଜେଡି

ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହୋଇଛି ଶେଷକୃତ୍ୟ । ନିଜ ଗାଁ ବାୟାବରରେ ନମାଜ ପାଠ ପରେ ମୃତଦେହକୁ ଦିଆଗଲା କବର । ଝିଅକୁ ଝୁରୁଛି ବାୟାବର ଗାଁ, ଶୋକାକୂଳ ପରିବେଶ । ଗାଁରେ ପହଞ୍ଚି ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଗତକାଲି ରାତିରେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ପୀଡ଼ିତାଙ୍କ ମୃତଦେହ। ଏହାପରେ କଡ଼ା ସୁରକ୍ଷା ବଳୟ ଭିତରେ ମୃତଦେହକୁ ବାୟାବର ଗାଁ ଅଭିମୁଖେ ନିଆଯାଇଥିଲା । ସ୍ୱତନ୍ତ୍ର କାର୍‌କେଡ୍‌ରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ପୀଡିତାଙ୍କ ପରିବାରର ବାରମ୍ବାର ଅନୁରୋଧ ସତ୍ତ୍ଵେ ଥମୁନି ରାଜନୀତି। ପୁରୀରେ ଦୁଇ 7 ରେ ହରତାଲ ଡାକରା ଦେଇଛି ବିଜେଡି । ସେପଟେ କଂଗ୍ରେସ ପକ୍ଷରୁ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣାକୁ ନେଇ ଭୁବନେଶ୍ଵରରେ କରାଯାଇଛି ବିକ୍ଷୋଭ ପ୍ରଦର୍ଶନ ।


ଏହାସହ ବଳଙ୍ଗାରେ ମଧ୍ୟ ଘଟଣା ସ୍ଥଳରୁ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା ସହ ସଭା ହେବ ବୋଲି କହିଛନ୍ତି ପିସିସି ସଭାପତି । ଅନ୍ୟପଟେ କଡା କାଉଣ୍ଟର କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳାଙ୍କ ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ। ମାନସିକ ଚିନ୍ତା ଯୋଗୁଁ ଜୀବନ ଗଲା। ଝିଅର ଚିକିତ୍ସା ପାଇଁ ସରକାର ସବୁ ପଦକ୍ଷେପ ନେଇଥିଲେ। ଏ କଥା ନିଜେ ବଳଙ୍ଗା ପୀଡିତାଙ୍କ ବାପା କହିଛନ୍ତି। ସେପଟେ ପୋଲିସ ମଧ୍ୟ ପୀଡିତାଙ୍କ ପୋଡି ହେବା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ସଂପୃକ୍ତ ନଥିବା ସ୍ପଷ୍ଟ କରିଛି । ଆଉ ସରକାର ପ୍ରଥମେ ଭୁବନେଶ୍ଵର ଏମ୍ସ ଏବଂ ପରେ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି ପୀଡିତାଙ୍କୁ ଦିଲ୍ଲୀ ଏମ୍ସ ପଠାଇଥିଲେ । କିନ୍ତୁ ଶତ ଚେଷ୍ଟା ସତ୍ତ୍ଵେ ବି ପୀଡିତାଙ୍କ ଜୀବନ ବଞ୍ଚିପାରିଲା ନାହିଁ । ମାଟିରେ ମିଶିଛି ପୀଡିତାଙ୍କ ପାର୍ଥିବ ଶରୀର । ଏଭଳି ସ୍ଥିତିରେ ଆଗକୁ ରାଜନୀତିର ମୋଡ କୁଆଡେ ଯାଉଛି ତାହା ଉପରେ ରହିଛି ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
balanga-patients-last-rites-performed | Argus News