Videos
|
Odisha

ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର କହିଲେ AIIMS ନିର୍ଦ୍ଦେଶକ, ସେପଟେ ପୀଡିତାଙ୍କ ବୟାନ ରେକର୍ଡ

Smruti Parija
Browse all articles by Smruti Parija
·1 year ago·1 min read
ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର କହିଲେ AIIMS ନିର୍ଦ୍ଦେଶକ, ସେପଟେ ପୀଡିତାଙ୍କ ବୟାନ ରେକର୍ଡ

Key Points

ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି କହିଲେ AIIMS ନିର୍ଦ୍ଦେଶକ

୭୫ ପ୍ରତିଶତ ଶରୀର ପୋଡ଼ିଛି

ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ୍ ହୋଇଛି, କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି 


ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି କହିଲେ AIIMS ନିର୍ଦ୍ଦେଶକ । ଆସନ୍ତା ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଛି । ୪୮ ଘଣ୍ଟା ଅବଜରଭେସନ୍‌ରେ ରହିବେ । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି । ୭୫ ପ୍ରତିଶତ ଶରୀର ପୋଡ଼ିଛି । ୨୦/୨୫ ପ୍ରତିଶତ ଛାଡ଼ି ସବୁ ପୋଡ଼ିଛି । ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ୍ ବୋଲି ସେ କହିଛନ୍ତି । କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି ।


ସେପଟେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହୋଇଛି । ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଛାନଭିନ୍‌ ଜାରି ରହିଛି । ସମସ୍ତ ଘଟଣାକୁ ଭିଡ଼ିଓଗ୍ରାଫି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ତ୍ତମାନ ତାଙ୍କର ଅଧିକ ଯତ୍ନ ନେବାର ଆବଶ୍ୟକ ରହିଛି । ପ୍ରାଥମିକ ଚିକିତ୍ସା ସହ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ପାଇଁ ଚିକିତ୍ସା ହେଉଛି । ତାଙ୍କର ସ୍ପେସିଆଲ କେୟାର ନିଆଯାଉଥିବା ନେଇ କହିଛନ୍ତି କାର୍ଯ୍ୟକାରୀ ନିର୍ଦେଶକ ଏମ୍ସ ଭୁବନେଶ୍ୱର ଡା ଆଶୁତୋଷ ବିଶ୍ୱାସ ।

balanga-victim-is-on-oxygen-support-in-the-icu-not-on-a-ventilator-aiims-director | Argus News