Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ୯ଟା ବିମାନରେ ଦିଲ୍ଲୀରୁ ଓଡିଶା ବାହାରିବ ବଳଙ୍ଗା ପୀଡିତଙ୍କ ମୃତଦେହ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ରାତି ୯ଟା ବିମାନରେ ଦିଲ୍ଲୀରୁ ଓଡିଶା ବାହାରିବ ବଳଙ୍ଗା ପୀଡିତଙ୍କ ମୃତଦେହ

Key Points

ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଓଡ଼ିଶା ଆଣିବାକୁ ପ୍ରକ୍ରିୟା ଆରମ୍ଭ
ଦିଲ୍ଲୀ AIIMSରେ ଶବ ବ୍ୟବଚ୍ଛେଦ ପରେ ଓଡ଼ିଶା
ଆସିବ ମୃତଶରୀର
ଦୀର୍ଘ ୧୪ ଦିନର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ପୀଡ଼ିତା
କୋହଭରା କଣ୍ଠରେ ପୀଡ଼ିତାଙ୍କ ବାପାଙ୍କ ନିବେଦନ

ଦିଲ୍ଲୀ AIIMSରୁ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଅଣାଯିବ ଓଡ଼ିଶା । ରାତି ୯ଟା ବିମାନରେ ଦିଲ୍ଲୀରୁ ବାହାରିବ ବଳଙ୍ଗା ପୀଡିତଙ୍କ ମୃତଦେହ । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । Noc ଏବଂ ପ୍ରୋଟୋକଲ ପାଇଁ ଲାଗିପାରେ ଅଧିକ ସମୟ । ଦୀର୍ଘ ୧୪ ଦିନର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା ।


ସାଙ୍ଗକୁ ଭେଟିବାକୁ ଯିବାବେଳେ କିରୋସିନ ଢାଳି ଦୁର୍ବୃତ୍ତ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ଏମ୍ସରେ ଚାଲିଥିଲା ନାବାଳିକାଙ୍କର ଚିକିତ୍ସା । ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଗାଁକୁ ଝିଅର ମରଶରୀର ଫେରିବ । ତେଣୁ ତା’ ପାଇଁ କବର୍ ଖୋଳିଲେଣି ପରିବାର ଓ ସମ୍ପର୍କୀୟ । ଗାଁରେ ବି ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । ଅଘଟଣ ଆଶଙ୍କାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balanga victim's body to leave for Odisha from Delhi on 9 pm flight | Argus News