ଆଜି ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର

Key Points
ଆଜି ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହେବ। ପୀଡ଼ିତାଙ୍କ ନିଜ ଗାଁ ବାୟାବରରେ ମୃତଦେହକୁ କବର ଦିଆଯିବ ।
ଆଜି ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହେବ। ପୀଡ଼ିତାଙ୍କ ନିଜ ଗାଁ ବାୟାବରରେ ମୃତଦେହକୁ କବର ଦିଆଯିବ। ଏନେଇ ଗାଁରେ ସବୁ ପ୍ରସ୍ତୁତି କରାଯାଇଛି। ଗତକାଲି କବରସ୍ତାନରେ କବର ଖୋଳାଯାଇଥିଲା। ଗତକାଲି ରାତିରେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ପୀଡ଼ିତାଙ୍କ ମୃତଦେହ। ଏହାପରେ କଡ଼ା ସୁରକ୍ଷା ବଳୟ ଭିତରେ ମୃତଦେହକୁ ବଳଙ୍ଗା ବାୟାବର ଗାଁ ଅଭିମୁଖେ ନିଆଯାଇଥିଲା।
ସ୍ୱତନ୍ତ୍ର କାର୍କେଡ୍ରେ ଏକ ପ୍ଲାଟୁନ ଫୋର୍ସ ଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ସେପଟେ ବିମାନ ବନ୍ଦରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗତକାଲି ଦିଲ୍ଲୀ ଏମ୍ସରୁ ବିମାନ ଯୋଗେ ଭୁବନେଶ୍ଵର ପହଞ୍ଚିଛିଥିଲା ମରଶରୀର। ସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ ମୋଟ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଦୀର୍ଘ ୧୫ ଦିନର ସଂଘର୍ଷ ପରେ ଶେଷରେ ଶନିବାର ଆଖି ବୁଜିଥିଲେ ବଳଙ୍ଗା ପୀଡ଼ିତା।