ମହିଳା କ୍ରିକେଟ ଟୁର୍ନାମେଣ୍ଟ: ତୃତୀୟ କ୍ଵାଟର ଫାଇନାଲରେ ବଲାଙ୍ଗୀର ବିଜୟୀ

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରଦା ବେଲ ବଣ ଖେଳପଡିଆରେ ଆଜି ଠାରୁ ଆରମ୍ଭ ହୋଇଛି ବରଦା ମହିଳା କ୍ରିକେଟ ଟୁର୍ନାମେଣ୍ଟ I ସାର୍ଥକ ଆନୁକୂଲ୍ୟରେ ବରଦା କପରେ ଓଡିଶାର ବଛା ବଛା ଆଠଟି ମହିଳା ଟିମ ଯୋଗଦେଇଛନ୍ତି I ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଭୁବନେଶ୍ବର, କେନ୍ଦ୍ରାପଡ଼ା, ଯାଜପୁରର ମହିଳା ଟିମ ଯୋଗଦେଇଛନ୍ତି । ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ ରେ ବଲାଙ୍ଗୀର ବିଜୟୀ । ଆସନ୍ତାକାଲି ସେମିଫାଇନାଲ ମ୍ୟାଚ ଖେଳାଯିବ I
ବଲାଙ୍ଗୀର ଟସ ଜିତି ବ୍ୟାଟିଂ ନିଷ୍ପତିନେଇ ନିର୍ଦ୍ଧାରିତ 20ଓଭର ରେ 7ଉଇକେଟ ହରାଇ 116ରନସଂଗ୍ରହ କରିଥିଲେ I ସଂଗୀତା ଖାଡ଼ିଆ 24ବଲ ରେ 29ରନ ସଂଗ୍ରହ କରିଥିଲେ । 117ରନ ର ପିଛIକରି କେନ୍ଦୁଝରର ଚନ୍ଦମୁନି 41ବଲ ରେ 49 ରନ କରିଥିଲେ । ଚନ୍ଦମୁନି ଙ୍କ ବ୍ୟାଟିଂ ବିପର୍ଯୟ ପରେ କେନ୍ଦୁଝର ଟିମ ର ଅନ୍ୟ ବ୍ୟାଟର ସେମିତି ବହୁତ୍ ଭଲ ପଦର୍ଶନ କରିପାରିନଥିଲେ । 99ରନ ରେ ସମସ୍ତ ଉଇକେଟ ହରାଇ ଥିଲା । ବଲାଙ୍ଗୀର 17ରନ ରେ କେନ୍ଦୁଝର କୁ ପରାସ୍ତ କରି ସେମିଫାଇନାଲ ରେ ପ୍ରବେଶ କରିଛି ଆଜିର ମ୍ୟାଚ କୁ ପ୍ଲାବନ ସ୍ୱାଇଁ ଓ ଅନୁପ ରାଉତ ମ୍ୟାଚ ପରିଚାଳନା କରିଥିବା ବେଳେ ଗୌର ଷଡ଼ଙ୍ଗୀ ସ୍କୋରର ଭାବେ ରହିଥିଲେ । ପରେ ଚତୁର୍ଥ କ୍ଵାଟରଫାଇନାଲ ପରେ ଆସନ୍ତାକାଲି ସେମିଫାଇନାଲ ମ୍ୟାଚ ଖେଳାଯିବ ।