Videos
|
Odisha

ଯେଉଁଦିନ ସେ ଜଳିଗଲେ, ସେଇଦିନ ସେ କହିଥିଲେ ଖାଇବା ଆଣିବୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଯେଉଁଦିନ ସେ ଜଳିଗଲେ, ସେଇଦିନ ସେ କହିଥିଲେ ଖାଇବା ଆଣିବୁ...

Key Points

ପୂର୍ବଦିନ ରାତିରେ ସେ ଖାଇ ନଥିଲେ, ଖୁବ୍‌ ବିଚଳିତ ଥିଲେ, ରାତି ସାରା କାନ୍ଦୁଥିଲେ ବି ।

ମୁଁ ତା' ରୁମ ମେଟ୍‌ କହୁଛି । ସେ କହିଥିଲେ କଲେଜରୁ ଆସିଲା ବେଳେ ଖାଇବା ନେଇ ଆସିବେ । କିନ୍ତୁ ଆସିଲେନି । ତାଙ୍କ ଭଳି ଝିଅ ଆତ୍ମହତ୍ୟା କରିପାରିବନି । କାରଣ ଯିଏ ସମସ୍ତଙ୍କୁ ମୋଟିଭେଟ କରୁଥିଲେ ସେ କ'ଣ ଏମିତି କରିପାରିବେ ? ସେ ବହୁତ୍‌ ଦଢ଼ ମନା ।

ହେଲେ... ସେଇ ଦିନ କିନ୍ତୁ ସେ ଭାରି ବ୍ୟସ୍ତ ଥିଲେ । ପୂର୍ବଦିନ ରାତିରେ ସେ ଖାଇ ନଥିଲେ, ଖୁବ୍‌ ବିଚଳିତ ଥିଲେ, ରାତି ସାରା କାନ୍ଦୁଥିଲେ ବି । ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନଥିଲେ, ଖୁବ୍‌ ଚାପରେ ଥିଲେ । କାରଣ ସାର୍‌ ତାଙ୍କୁ ପରୀକ୍ଷାରୁ ବଞ୍ଚିତ କରିଥିଥିଲେ । ୯ ଜଣଙ୍କୁ ନୋଟିସ ହେଲା, ମାତ୍ର ତାଙ୍କୁ ପରୀକ୍ଷାରୁ ବଞ୍ଚିତ ରଖାଗଲା । ମୁଁ ତାଙ୍କୁ ଏକଥା ଘରେ ଜଣାଇବା ପାଇ ବାରମ୍ବାର କହି ଆସୁଥିଲି । ସବୁଠାରୁ ବଡ଼ କଥା ହେଲା, ଯିଏ ସମସ୍ତଙ୍କୁ ବୁଝାଉଥିଲା, ସେ କେମିତି ଏମିତି କରିପାରିବ । ମୋର ତ ବିଶ୍ୱାସ ହେଉନି । ତାଙ୍କ ଉପରେ ଅତ୍ୟଧିକ ଚାପରେ ଥିଲା, କିମ୍ବା ଏହା ଏକ ପ୍ରି ପ୍ଲାନ୍‌ ହୋଇଥାଇପାରେ । ଯିଏ କଲେଜରୁ ଆସିଲେ ଖାଇବା ଆଣିକି ଆସିବେ କହୁଥିଲେ ସେ ଆତ୍ମହତ୍ୟା କରିପାରିବ କି ? ଘଟଣାର ସଠିକ୍‌ ତଦନ୍ତ ହେଲେ ସବୁ ସତ ପଦାକୁ ଆସି ପାରିବ ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: