'ସେଦିନ କେହି ତାଙ୍କ ପାଖକୁ ଆସୁନଥିଲେ, କଲେଜ ଷ୍ଟାଫ୍ ବି ଦୂରରେ ଛିଡ଼ା ହୋଇଥିଲେ...'

Key Points
କଲେଜର ମଞ୍ଚ ପାଖକୁ ଯାଇଥିଲେ, ଆଉ ସେଇଠି ହିଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଥିଲେ।
ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ କିଛି ସାହାଯ୍ୟ କରୁନଥିଲେ।
ଯିଏ ମରିଗଲେ ମୁଁ ତାଙ୍କ ସାଙ୍ଗ...
ମୁଁ ତାଙ୍କ କଲେଜରେ ପଢ଼େନି, କିନ୍ତୁ ଖବର ପାଇ ସ୍କୁଟି ନେଇ ସାଙ୍ଗେ ସାଙ୍ଗେ ପହଞ୍ଚଲି । ଆଉ ସେଇଠି ଦେଖିଲି ସେ ତଳେ ପଡ଼ିଛନ୍ତି । କଲେଜ୍ ଷ୍ଟାଫ୍ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବାକୁ ଆସୁ ନାହାନ୍ତି । ତାଙ୍କ ଦେହରେ ଯେତେବେଳେ ନିଆଁ ଲାଗିଲା ସେ ପ୍ରିନ୍ସପାଲଙ୍କ ଚାମ୍ବରକୁ ଯିବାକୁ ଚେଷ୍ଟା କରୁଥିଲେ, ତାହା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ କଲେଜର ମଞ୍ଚ ପାଖକୁ ଯାଇଥିଲେ, ଆଉ ସେଇଠି ହିଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଥିଲେ।
ସେଠାରେ ଥିବା ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ କିଛି ସାହାଯ୍ୟ କରୁନଥିଲେ। ଉପରେ ଗୋଟେ ଓଢଣୀ ପଡିଥିଲା। କିଛି ସମୟ ପରେ ସୌମ୍ୟାଶୀ କହିଥିଲେ ମୋତେ ଟିକେ ପାଣି ଦରକାର। ତାଙ୍କର ଜଣେ ବଡ଼ ଭାଇ ପାଣି ଆଣିକି ଦେଇଥିଲେ, ପିଇବା ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ସୌମ୍ୟାଶ୍ରୀ ଚିତ୍କାର କରୁଥିଲେ, ଆଉ କହୁଥିଲେ ମୋତେ ବହୁତ କଷ୍ଟ ହେଉଛି, ମୁଁ ଠିକ୍ ହୋଇଯିବି ତ । ହେଲେ କିଛି ସମୟ ପରେ ତାଙ୍କର ଆଉ ଚିତ୍କାର ଶୁଭିନଥିଲା। ବୋଧ ହୁଏ ତାଙ୍କର ଚେତା ପଳାଇଥିଲା।